scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ୍‌ ୨୦୨୩ : ଫ୍ୟାନ୍ସ ଦେଖିବେ ୫ଟି ହାଇଭୋଲଟେଜ୍‌ ଗେମ୍‌

28/06/2023 at 12:45 PM

ମୁମ୍ବାଇ୨୮।୦୬ : ବିଶ୍ୱକପ୍‌ ୨୦୨୩ । କ୍ରିକେଟ୍‌ର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ଅଛି । ତେବେ ଆସନ୍ତୁ ନଜର ପକାଇବା ଚଳିତ ବିଶ୍ୱକପ୍‌ରେ ହେବାକୁ ଥିବା ୫ଟି ହାଇଭୋଲଟେଜ୍‌ ମ୍ୟାଚ୍‌ ବିଷୟରେ ….

ଅକ୍ଟୋବର-୧୫, ଭାରତ ବନାମ ପାକିସ୍ତାନ

ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଏହି ଦୁଇ ପ୍ରତିଦ୍ୱନ୍ଦି । ଭାରତ ସବୁବେଳେ ବିଶ୍ୱକପ୍‌ ମୁକାବିଲାରେ ପାକିସ୍ଥାନ ଉପରେ ଭାରି ପଡିଛି । ଏବେ ଯାଏଁ ଦିନିକିଆ ବିଶ୍ୱକପ୍‌ରେ ଖେଳାଯାଇଥିବା ୭ଟି ଯାକ ମ୍ୟାଚ୍‌ରେ ବିଜୟ ହୋଇଛି ଭାରତ ।

ଅକ୍ଟୋବର-୫, ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ

ଅକ୍ଟୋବର ୫ରେ ମୁହାଁମୁହିଁ ହେବେ ଗତ ବିଶ୍ୱକପ୍‌ର ଚମ୍ପିଆନ୍‌ ଓ ରନର୍ସଅପ ଟିମ୍‌ । ୨୦୧୯ ବିଶ୍ୱକପ୍‌ରେ ଚମ୍ପିଆନ୍‌ ହୋଇଥିଲା ଇଂଲଣ୍ଡ । ଆଉ ଫାଇନାଲରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପ୍‌ରେ  ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ ।

ଅକ୍ଟୋବର-୮, ଭାରତ ବନାମ ଅଷ୍ଟ୍ରେଲିଆ

ଅକ୍ଟୋବର ୮ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ୫ ଥରର ବିଶ୍ୱକପ୍‌ ଚମ୍ପିଆନ୍‌ ଏବଂ ୨ ଥର ବିଶ୍ୱକପ୍ ବିଜେତା ଟିମ୍‌ ମଧ୍ୟରେ ହେବ ଲଢେଇ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳି ଭାରତ ତାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ।

ଅକ୍ଟୋବର-୧୩, ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା

ଅକ୍ଟୋବର ୧୩ରେ ଲକ୍ଷ୍ନୌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବେ ଦକ୍ଷିଣ ଆଫ୍ରିକା । ଗତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ମାତ୍ର ତିନୋଟି ମ୍ୟାଚ୍‌ ହିଁ ଜିତିଥିଲା । ଚଳିତ ବର୍ଷ ବିଶ୍ୱକପ୍‌ରେ ଉଭୟ ଟିମ୍‌ଙ୍କ ଠାରୁ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିବ ।

ଅକ୍ଟୋବର -୭, ବାଂଲାଦେଶ ବନାମ ଆଫଗାନିସ୍ତାନ

ଧର୍ମଶାଳା ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି । ଉଭୟ ଟିମ୍‌ଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କରର ମ୍ୟାଚ୍‌ ଦେଖିବାକୁ ମିଳେ । ତେଣୁ ଚଳିତ ବିଶ୍ୱକପ୍‌ରେ ବି ଏହି ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

   Related Posts