ସୋର ୨୬|୧: ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ଇରମ ଅଞ୍ଚଳର ଦେବାଶିଷ ସାହୁ, ସ୍ତ୍ରୀ ବବିତା, ସମ୍ପର୍କୀୟ ତପସ୍ବନୀକୁ ବାଇକରେ ନେଇ ସୋର ଷ୍ଟେସନକୁ ଯାଉଥିଲେ । ଅନନ୍ତପୁର ରାସ୍ତା କୁଆମରାରେ ସୋରରୁ ଫେରୁଥିବା ହାଟସାହିର ହେମନ୍ତ ମାଝି ଓ ଅଇଁରୀ ଗାଁର ସନତ ନାଥଙ୍କ ବାଇକ ସହ ଧକ୍କା ହୋଇଥିଲା । ଫଳରେ ବାଇକ୍ ରେ ଥିବା ୫ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ମୋଦିଙ୍କୁ ଥରୁରଙ୍କ ତାରିଫ ହଜମ କରିପାରିଲାନି କଂଗ୍ରେସ...
