ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡକୁ ଖସିପଡିଲା କାର୍, ବାଇକ୍‌ ଆରୋହୀଙ୍କ ସହ ୪ କାର୍ ଯାତ୍ରୀ ଗୁରୁତର

Published By : Prameya-News7 Bureau | December 14, 2020 IST

ସାଲେପୁର ୧୪।୧୨: କଟକ-ଚାନ୍ଦବାଲି ରାସ୍ତାର କୁଳିଆ ଛକ ନିକଟରେ କାର୍-ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି ଭାରସାମ୍ୟ ହରାଇ ରାସ୍ତାରୁ ବିଲକୁ ଓଲଟି ପଡିଥିଲା। ଦୁର୍ଘଟଣା ଫଳରେ କାରରେ ଥିବା ୪ ଜଣ ଯାତ୍ରୀଙ୍କ ସହ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି ।

{"id":377268,"sizeSlug":"large","linkDestination":"none"}

ଗୁରୁତରଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗ୍ନିଶମ ଗାଡିରେ ଅଣାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ଜଣ । କାରଟିରେ ଥିବା ସମସ୍ତଙ୍କ ଘର ମାହାଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ବାଇକ୍ ଚାଳକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.