ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୫ ଜଣ ଆହତ

Published By : Prameya-News7 Bureau | September 07, 2023 IST

ସୋର ୭।୯: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍ । ଦୁର୍ଘଟଣା ଫଳରେ ୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର୍ ।  

{"id":841366,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାର୍ ଯୋଗେ ଜଣେ ଦମ୍ପତ୍ତି ଦୁଇ କୁନି ପିଲାଙ୍କୁ ଧରି ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଯାଉଥିଲେ । ଏହି ସମୟରେ ୧୬ ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଫଳରେ ୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ ।

{"id":841368,"sizeSlug":"full","linkDestination":"none"}

ଦମକଳ ବାହିନୀ କର୍ମଚାରୀ ଆମ୍ବୁଲାନ୍ସରେ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ସୋର ପୋଲିସ କାର୍‌ଟିକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି । କାର୍‌ରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଲେଖାଥିବା ବେଳେ ଆହତଙ୍କ ସଠିକ୍ ପରିଚୟ ମିଳିପାରିନାହିଁ ।

You Can Read :

wp:embed {"url":"https://www.prameyanews7.com/pickup-van-burnt-in-baranga/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pickup-van-burnt-in-baranga/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.