ଭୁବନେଶ୍ବର ବିମାନବନ୍ଦରରୁ ଇଣ୍ଡିଗୋର ୫ ବିମାନ ବାତିଲ, ମାଇକ୍ରୋସଫ୍ଟ କ୍ଲାଉଡ୍ ସଫ୍ଟୱେୟାର ପାଇଁ ସମସ୍ୟା

Published By : Prameya-News7 Bureau | July 19, 2024 IST

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ଇଣ୍ଡିଗୋର ୫ଟି ବିମାନ ବାତିଲ । ମାଇକ୍ରୋସଫ୍ଟ କ୍ଲାଉଡ୍ ସଫ୍ଟୱେୟାର ଅସୁବିଧା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଇଣ୍ଡିଗୋର ୫ଟି ବିମାନ ବାତିଲ ହୋଇଛି । ଏ ନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ବର୍ତ୍ତମାନ ଅନଲାଇନରେ ବୋର୍ଡିଂ ପାସ୍ ବଦଳରେ ମାନୁଆଲ ଦିଆଯାଉଛି । ସେଥିପାଇଁ ୧ ଘଣ୍ଟା ବିଳମ୍ୱରେ ସବୁ ବିମାନ ଚାଲିଛି । ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଯାଉଥିବା ବିମାନ ସେବା ବାତିଲ ହୋଇଛି । ବାତିଲ ଫଳରେ ଭୁବନେଶ୍ବରର ଇଣ୍ଡିଗୋ କାଉଣ୍ଟରରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି । ନିଜର ବିମାନ ବିଷୟରେ ସବୁ ତଥ୍ୟ ପାଇଁ ଲୋକ ଭିଡ଼ ଜାମାଇଛନ୍ତି । ଅନ୍ୟ କୌଣସି ଫ୍ଲାଇଟ ଟିକେଟ ବୁକ୍ କରିବାକୁ ଗଲା ବେଳେ ତାହାର ଦର ଏବେ ବହୁତ ବଢ଼ିଯାଇଛି । କିଛି ଯାତ୍ରୀ ଟିକେଟ ବାତିଲ କରିଛନ୍ତି । ଏହାଦ୍ବାରା ଅର୍ଥନୀତି ଉପରେ ପ୍ରଭାବ ପଡ଼ିବ ।

You Can Read:

ଘରୋଇ ହିଂସା ଓ ନିର୍ଯାତନା ମାମଲା : କୋର୍ଟରେ ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.