oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କାନାଡାର ଟରଣ୍ଟୋରେ ଦୁର୍ଘଟଣା: ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

14/03/2022 at 8:21 AM

କାନାଡା ୧୪ /୦୩ : କାନାଡାର ଟରଣ୍ଟୋରେ ଅଟୋ ଦୁର୍ଘଟଣାଗ୍ରସ୍ତ । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟରୋଣ୍ଟୋରେ ଥିବା କନସୁଲେଟ୍ ଜେନେରାଲ୍ ଟିମ୍ ସହାୟତା ପାଇଁ ପୀଡିତଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭାରତର ହାଇ କମିଶନର ଅଜୟ ବିସାରିୟା ଏହି ସୂଚନା ଦେଇଛନ୍ତି ।

ମୃତକମାନେ ହେଲେ ହରପ୍ରୀତ ସିଂ, ଜସପିନ୍ଦର ସିଂ, କରଣପାଲ ସିଂ, ମୋହିତ ଚୌହାନ ଏବଂ ପୱନ କୁମାର ବୋଲି ଜଣାପଡିଛି । ସେମାନଙ୍କର ବୟସ ୨୧ରୁ ୨୪ ବର୍ଷ ମଧ୍ୟରେ ହେବ । ପୋଲିସ କହିଛି ଯେ ସେମାନେ ସମସ୍ତେ ଗ୍ରେଟର ଟରୋଣ୍ଟୋ ଏବଂ ମୋଣ୍ଟ୍ରିଆଲ୍ ଅଞ୍ଚଳର ଛାତ୍ର ଥିଲେ । ସେମାନେ ରାଜପଥରେ ଏକ ଯାତ୍ରୀବାହୀ ଭ୍ୟାନରେ ପଶ୍ଚିମ ଦିଗକୁ ଯାଉଥିଲେ ।

ଶନିବାର ସକାଳ ପ୍ରାୟ ୩ଟା ୪୫ ବେଳେ ଟ୍ରାକ୍ଟର-ଟ୍ରେଲର ପରସ୍ପର ସହିତ ଧକ୍କା ହୋଇଥିଲା । ପୋଲିସ କହିଛି ଯେ ଦୁର୍ଘଟଣା ପରେ ଅନ୍ୟ ଦୁଇଜଣ ଗୁରୁତର ଆହତ ଯାତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ପ୍ରକାର ସୂଚନା ଜଣାପଡିନି । ଦୁର୍ଘଟଣାର ପରେ ପୋଲିସ ତଦନ୍ତ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ ।

   Related Posts