ଗୋଜବାୟାଣୀ ଛକରେ ଗୁଳିକାଣ୍ଡ ଘଟଣା, ୨୦ ଦିନ ପରେ ପାଞ୍ଚ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 13, 2022 IST

ମାର୍ଶାଘାଇ ୧୩।୧୦ : ଗୁଳିକାଣ୍ଡ ଘଟଣାରେ ପାଞ୍ଚଜଣ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହତ ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଗିରଫ ଅପରାଧୀଙ୍କ ନାଁରେ ବିଭିନ୍ନ  ଥାନାରେ ମାମଲା ରହିଥିବା ସୂଚନା ।

ଗତ ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ଗୋଜବାୟାଣୀ ଛକରେ ଗୁଳିକାଣ୍ଡ ଘଟିଥିଲା । ଏହାପରଠାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ କସରତ ଆରମ୍ଭ କରିଦେଇଥିଲେ ପୋଲିସ । ଶେଷରେ ଏହି ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି । ଏନେଇ କେନ୍ଦ୍ରପଡ଼ା ଏସ୍‌ପି ପ୍ରେସମିଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.