ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ରାତିରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | December 01, 2022 IST

କରଞ୍ଜିଆ ୦୧।୧୨ : ବନ କର୍ମଚାରୀଙ୍କୁ ଆକ୍ରମଣ କରି ଅଟକ ରଖିବା ଘଟଣା । ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଏଦେଲବେଡା ଗାଁର ମାଣିକରାମ କଣ୍ଡେୟା, ମୋରା ହୋ, ରାମାୟ କଣ୍ଡେୟା, ଗୋପବନ୍ଧୁ କଣ୍ଡେୟା ଓ ଟୁରି କଣ୍ଡେୟା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ସମ୍ବର ମାଂସ ବଣ୍ଟାଯିବା ସମୟରେ ମାଡିବସିଥିଲା ବନବିଭାଗ । ପରେ ତଲାସୀ ଚାଲିଥିବା ବେଳେ ଗାଁର କିଛି ଲୋକ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ଅଟକ ରଖିଥିଲେ । କରଞ୍ଜିଆ SDPOଙ୍କ ନେତୃତ୍ୱରେ ଏକ ଟିମ ବୁଧବାର ରାତିରେ ଏଦେଲବେଡା ଗାଁରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.