ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | July 29, 2023 IST

ଟିଟିଲାଗଡ ୭: ଟିଟିଲାଗଡ଼ ସହରର ଟିଟିଡୁଙ୍ଗୁରି ପଡାରେ ବିଷାକ୍ତ ଛତୁଖାଇ ୫ ଜଣ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ବାଡି ପଛ ପଟେ ଏକ ପାଳଗଦାରୁ ଛତୁ ଫୁଟିଥିବା ଦେଖି ନାବାଳକ ପିଲାମାନେ ଛତୁକୁ ଘରକୁ ଆଣି ରୋଷେଇ କରିଥିଲେ । ରୋଷେଇ ସାରି ଖାଇବା ପରେ ୫ ଜଣ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି l ଅସୁସ୍ଥଙ୍କ ମଧ୍ୟରେ ୪ ଜଣ ନାବାଳକ ପୁଅ ଏବଂ ଜଣେ ନାବାଳିକା ଝିଅ ରହିଥିବା ଜଣାପଡିଛି l

You Can Read :

wp:embed {"url":"https://www.prameyanews7.com/union-minister-general-v-k-singh-visits-nilagiri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-minister-general-v-k-singh-visits-nilagiri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.