ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଇଡିର ୫ କର୍ମଚାରୀ କୋଭିଡ୍-୧୯ ସଂକ୍ରମିତ, ସୋମବାର ପର୍ଯ୍ୟନ୍ତ ମୁଖ୍ୟାଳୟ ସିଲ୍

7/06/2020 at 8:35 AM

ନୂଆଦିଲ୍ଲୀ ୭।୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟରେ ୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ ସ୍ପେସାଲ୍ ଡାଇରେକ୍ଟର ରାଙ୍କ ଅଫିସର ଏବଂ ଜଣେ ତଦନ୍ତକାରୀ ଅଫିସରଙ୍କ ସମେତ ସମୁଦାୟ ୫ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ହେଡ୍ କ୍ବାର୍ଟରକୁ ୪୮ ଘଣ୍ଟା ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି।

ଖାନ୍ ମାର୍କେଟ୍‌ର ଲୋକ ନାୟକ ଭବନର ଅନ୍ୟ ମହଲାଗୁଡିକରେ କରୋନା ମାମଲା ଚିହ୍ନଟ ହେବାପରେ ଇଡି ମୁଖ୍ୟାଳୟରେ ମଧ୍ୟ ପର୍ଯ୍ୟାୟକ୍ରମେ କରୋନା ଟେଷ୍ଟ କରାଯାଇଥିଲା । ଫଳରେ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସଂକ୍ରମିତ ହୋଇଥିବା ସମସ୍ତଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ନଥିଲା ।

ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଗତ ମାସରେ ମଧ୍ୟ ଇଡିର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ।

   Related Posts