କ୍ଷତିପୂରଣ ଦାବିରେ ଦୁଇ ଦିନ ହେଲା ଶବ ଗୃହରେ ପଡିରହିଛି ୫ ମୃତଦେହ

Published By : Prameya-News7 Bureau | January 24, 2020 IST

ରାଉରକେଲା ୨୪।୧: ୩ ଦିନ ହେଲା ଉଠୁନି ଶବ । ଶବ ନେଉ ନାହାନ୍ତି ପରିବାର ଲୋକେ । ଗତ ୨୨ ତାରିଖରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରାମବାହାଲ ଠାରେ ଡିଭାଇଡ଼ରକୁ ପିଟି କାମ କରୁଥିବା ମହିଳା ଶ୍ରମିକଙ୍କ ଉପରେ ଚଢି ଯାଇଥିଲା କାର୍ । ଘଟଣାସ୍ଥଳରେ ୪ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ୫ ମହିଳା ଠିକା ସଂସ୍ଥା ଏଲଆଣ୍ଡଟିର ଠିକା ଶ୍ରମିକ ହୋଇଥିବା ବେଳେ ଏମାନଙ୍କ ଘର କୁତ୍ରା ଥାନା ରାଜବସା ଗାଁରେ ।

{"id":215152,"sizeSlug":"large"}

ଦୁଇଟି ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ବେଳେ ଆଉ ୩ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ଶବ ଗୃହରେ ରଖାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ମୃତଦେହକୁ ପରିବାର ଲୋକେ ଶବ ଗୃହରୁ ନେଇନାହାନ୍ତି । ପରିବାର ଲୋକଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ଯେ, ମୃତକଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ ।

{"id":215153,"sizeSlug":"large"}

ଦାବି ପୂରଣ ନହେବାରୁ ଶବ ଗୃହରେ ପଢି ରହିଛି ପାଞ୍ଚ ପାଞ୍ଚଟି ମୃତଦେହ । ଆଜି ଜିଲ୍ଲା ପ୍ରଶାସନ, ଠିକା ସଂସ୍ଥା ଏଲଆଣ୍ଡଟି ସହ ଗାଁ ଲୋକଙ୍କ ମଧ୍ୟରେ ବୈଠକ ବସିବ । ବୈଠକ ପରେ ଶବ ଗୃହରୁ ଶବ ଉଠିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.