କେନ୍ଦ୍ରାପଡାରେ ବଜ୍ରପାତ ନେଲା ୫ ଜୀବନ, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 21, 2019 IST

କେନ୍ଦ୍ରାପଡା ୨୧|୮:  କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରାଘାତରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମହାକାଳପଡା ବ୍ଲକ କରଞ୍ଜ ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ପପୁ କୁମାର ଦାସ ଓ ରଙ୍ଗାଧର ବେହେରା । ବିଲକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଦୁଇ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେହିଭଳି ଗରଦପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତ ଗୋତ୍ରବିଲ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଅଜୟ କୁମାର ନାୟକ । ବିଲରୁ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଗରଦପୁର ବ୍ଲକ୍ ମରିଲୋ ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି ।

ମାର୍ଶାଘାଇ ବ୍ଲକ୍ ନାରାୟଣପୁର କଷୋଠିବାଲି ଗାଁରେ ବଜ୍ରପାତରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିଜୟ କୁମାର ନାୟକ । ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.