ତପ୍ତପାଣି ଘାଟି ନିକଟରେ ଖସିଲା ବସ୍ : ୫ ମୃତ, ୪୦ରୁ ଅଧିକ ଆହତ

Published By : Prameya-News7 Bureau | January 29, 2020 IST

ବ୍ରହ୍ମପୁର ୨୯।୧: ଗଜପତି ଜିଲ୍ଲା ତପ୍ତପାଣି ଘାଟି ନିକଟରେ ଓଲଟିଲା ବସ୍ ।  ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

{"id":217251,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ମାରୁତି ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଆଜି ଭୋର ପ୍ରାୟ ୩ଟା ସମୟେ ତପ୍ତପାଣି ଘାଟି ଦେଉ ଆସୁଥିବାବେଳେ ପାଳୁଖୋଳା ପାଖରେ ଘନ କୁହୁଡି ଆସ୍ତରଣ ଯୋଗୁଁ ଘାଟିରୁ ତଳକୁ ଖସିପଡିଛି । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି ।

{"id":217252,"sizeSlug":"large"}

ବସ୍ ତଳେ ଆଉ କିଛି ଯାତ୍ରୀ ଫସିରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । 

{"id":217253,"sizeSlug":"large"}

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ସହ ୪୦ରୁ ଉର୍ଦ୍ଧ୍ବ ଅଫିସର ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସାନଖେମୁଣ୍ଡି ଓ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଉଛି ।

{"id":217254,"sizeSlug":"large"}

ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାକ କରିବା ସହ ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । 

{"id":217255,"sizeSlug":"large"}

ତେବେ ବସ୍‌ ଓଲଟିବାର ସଠିକ୍ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.