ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍ ; ୫ ମୃତ, ୧୬ ଆହତ ଓ ୨୩ ନିଖୋଜ

Published By : Prameya-News7 Bureau | August 09, 2019 IST

କାଠମାଣ୍ଡୁ ୯|୮: ନେପାଳ ଧାଡିଙ୍ଗ ଜିଲ୍ଲା ତ୍ରିଶୂଳ ନଦୀରେ ଭାରସାମ୍ୟ ହରାଇ ଖସିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ପ୍ରାୟ ୨୩ ଜଣ ଯାତ୍ରୀ ନିଖୋଜ ଥିବା ଜଣାପଡିଛି ।

ବସ୍ ଟି ସାରଲାହି ଜିଲ୍ଲାର ମାଲଙ୍ଗ୍ବାରୁ କାଠମାଣ୍ଡୁକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳ ସେନା, ଏପିଏଫ୍ ଏବଂ ରେଡ୍ କ୍ରସ୍ ସୋସାଇଟିର ଭଲ୍ୟୁଣ୍ଟମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଉଦ୍ଧାର ହୋଇଥିବା ଆହତମାନଙ୍କୁ ମାଲେଖୁ ସ୍ଥିତ  ରାଜମାର୍ଗ କମ୍ୟୁନିଟି ହସ୍ପିଟାଲ ଏବଂ ଗଜୁରି ସ୍ଥିତ ଏକ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବସ୍ ରେ ମୋଟ୍ କେତେଜଣ ଯାତ୍ରୀ ଥିଲେ ତାହାର ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.