ଡକାୟତି ଯୋଜନା କରୁଥିବା ବେଳେ ପାଞ୍ଚଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର ୨୦।୧୧: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଦ୍ବାରା ପାଞ୍ଚ ଡକାୟତ ଗିରଫ ।ଡକାୟତଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ମାରଣସ୍ତ୍ର ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ଡକାୟତି ଯୋଜନା କରୁଥିବା ସମୟରେ  ପାଞ୍ଚଜଣ ଡକାୟତଙ୍କୁ କମିଶନରେଟ ପୋଲିସର  ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛି । ପୋଲିସ ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୁଳି ସହ ବିଭିନ୍ନ ମାରଣସ୍ତ୍ର ଜବତ କରିଛି । ବିଭିନ୍ନ ଡକାୟତି, ଲୁଟ୍ , ଛିନତାଇ ଭଳି ମାମଲାରେ  ଏମାନଙ୍କ ହାତ ଥିବା  ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.