ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ବର ୨୯।୦୨ : ପ୍ଲାନ୍‌ ଫେଲ୍‌ । ଡକାୟତି ଯୋଜନା କରୁଥିବା ବେଳେ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ୫ ଡକାୟତଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅଧିକ ତଥ୍ୟ ପାଇଁ ସମସ୍ତଙ୍କୁ ପୋଲିସ ଜେରା କରୁଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।

wp:embed {"url":"https://www.prameyanews7.com/police-ambushed-robbery-plan-3-arrested-seizure-of-deadly-weapons-in-berhampur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-ambushed-robbery-plan-3-arrested-seizure-of-deadly-weapons-in-berhampur/
/wp:embed

ଖବର ଅନୁଯାୟୀ, ଡକାୟତି ଯୋଜନା ପାଇଁ ପ୍ଲାନ କରୁଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ମିଳିଥିବା ତଥ୍ୟ ଅନୁସାରେ କମିଶନରେଟ୍‌ ପୋଲିସ ଚଢାଉ କରି ୫ ଡକାୟତିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ଲଙ୍କା ଗୁଣ୍ଡ, ମାର୍ତୁଲ, ପେଚକସ ଜବତ ହୋଇଛି । ତେବେ ଗିରଫ ୫ ଡକାୟତଙ୍କ ନାଁରେ ରାଜଧାନୀରେ ବିଭିନ୍ନ ଥାନାରେ ମାମଲା ରହିଛି ।

wp:embed {"url":"https://www.prameyanews7.com/deepika-padukone-pregnancy-confirmed/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deepika-padukone-pregnancy-confirmed/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.