ରାଜ୍ୟ ପାଇଁ ଭଲ ଖବର : ସୁସ୍ଥ ହେଲେ ଆଉ ୫ଜଣ କରୋନା ସଂକ୍ରମିତ

Published By : Prameya-News7 Bureau | May 09, 2020 IST

ଭୁବନେଶ୍ବର ୯।୫: ରାଜ୍ୟରେ ସୁସ୍ଥ ହେଲେ ଆଉ ୫ଜଣ କରୋନା ସଂକ୍ରମିତ । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୮ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ବାଲେଶ୍ବରର ଥିବା ବେଳେ ଜଣେ ଯାଜପୁରର ରହିଛନ୍ତି ।

wp:html /wp:html

ବାଲେଶ୍ବର ଜିଲ୍ଲାରେ ମୋଟ୍ ୨୭ଜଣ ସଂକ୍ରମିତ ହୋଇଥିବା ବେଳେ ୯ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୧୮ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି ଯାଜପୁର ଜିଲ୍ଲାରେ ମୋଟ୍ ୫୫ ଜଣ ଆକ୍ରାନ୍ତ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୫୩ଟି ଆକ୍ଟିଭ୍ କେସ୍ ରହିଛି ।

{"id":267199,"width":575,"height":1104,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.