ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ କାର୍‌ ଲୁଟେରା ଗ୍ୟାଙ୍ଗ, ୨ ମହିଳା ସମେତ ୫ ଗିରଫ

Published By : Prameya-News7 Bureau | February 13, 2024 IST

ଭୁବନେଶ୍ୱର ୧୩।୦୨ : ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଅନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ । ଦୁଇ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଫଚ୍ୟୁନର, ହୁଣ୍ଡା ସିଟି ଓ ଅନେକ ଦାମୀ କାର୍‌ ଜବତ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

wp:embed {"url":"https://www.prameyanews7.com/five-inter-state-atm-lootera-gang-arrested-in-nabarangpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/five-inter-state-atm-lootera-gang-arrested-in-nabarangpur/
/wp:embed

ଖବର ଅନୁଯାୟୀ, କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରୁ କାର୍‌ ଲୁଟୁଥିଲେ । ଯାହାକୁ ନେଇ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ପୋଲିସ । ଶେଷରେ ସ୍ପେଶାଲ ଅପରେସନ ଜରିଆରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ ।ସେମାନଙ୍କ ନିକଟରୁ ଅନେକ ଦାମୀ ଗାଡି ଜବତ ହୋଇଛି । ଏହି ସବୁ ଗାଡିରେ ଫଚ୍ୟୁନର, ସ୍ୱିଫ୍ଟ, ହୋଣ୍ଡାସିଟି ଭଳି ଗାଡି ରହିଛି । ତେବେ ଏହି ଗାଡି କାରବାରରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି । ଏହି ଲୁଟ୍‌ କାରବାରରେ ମହିଳାମାନଙ୍କର ସଂପୃକ୍ତି ରହିଛି ।

wp:embed {"url":"https://www.prameyanews7.com/arshad-warsi-register-marriage-with-wife-maria-after-25-years/","type":"wp-embed","providerNameSlug":"prameya-news-7"}
https://www.prameyanews7.com/arshad-warsi-register-marriage-with-wife-maria-after-25-years/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.