ଚୋରି ଅଭିଯୋଗରେ ମାନସିକ ବିକୃତ ଯୁବକଙ୍କୁ ପିଟିପିଟି ହତ୍ୟା, ପ୍ରାଇଭେଟ୍ ପାର୍ଟ କାଟି ଜାଳିଦେଲେ ୫ ଅଟୋ ଡ୍ରାଇଭର

Published By : Prameya-News7 Bureau | December 18, 2019 IST

ଥିରୁବନ୍ତପୁରମ୍ ୧୮।୧୨: କେରଳ ଥିରୁବନ୍ତପୁରମ୍ ରେ ଚୋରି ଅଭିଯୋଗରେ ଜଣେ ମାନସିକ ବିକୃତ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ୫ଜଣ ଅଟୋ ଡ୍ରାଇଭର ମିଶି ବ୍ୟକ୍ତିଙ୍କୁ ଚୋରି ଅଭିଯୋଗରେ ହତ୍ୟା କରିଛନ୍ତି । ଏତିକିରେ ସେମାନଙ୍କ ମନ ଶାନ୍ତ ହୋଇନଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ଜାଳିଦେଇଥିବା ମଧ୍ୟ ଜଣାପଡିଛି ।

ମୃତ ବ୍ୟକ୍ତି ହେଉଛନ୍ତି ୩୦ବର୍ଷ ବୟସ୍କା ଅଜେଶ । ଅଜେଶ ଜଣେ ମାନସିକ ବିକୃତ ଥିଲେ । ଚୋରି ଅଭିଯୋଗରେ ଅଟୋ ଡ୍ରାଇଭରମାନେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।

ଏହି ମାମଲାରେ ପୋଲିସ ୫ଜଣ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଅଜେଶ ତିରୁବଲମ୍ ଅଞ୍ଚଳରେ ରହୁଥିଲା । ଅଜେଶ ଲୋକମାନଙ୍କର ମୋବାଇଲ ଏବଂ ପର୍ସ ଚୋରି କରୁଥିବା ବହୁ ସମୟରେ ଅଭିଯୋଗ ହେଉଥିଲା । ଯାହା ଫଳରେ ୫ଜଣ ଅଟୋ ଡ୍ରାଇଭର ମିଶି ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି । ଅଜେଶର ଘର ଦ୍ବାର ନଥିବାରୁ ସେ ବାହାରେ ବସ୍ ଷ୍ଟାଣ୍ଡରେ ଶୋଇ ପଡୁଥିଲା । ଘଟଣା ଦିନ ଅଜେଶ ଥାମନୁର ବସ୍ ଷ୍ଟାଣ୍ଡରେ ଶୋଇଥିଲା । ଶୋଇଥିବା ଅବସ୍ଥାରେ ସେମାନେ ତା ଉପରେ ଆକ୍ରମଣ କରିଥିଲେ । ଡ୍ରାଇଭରମାନେ ମିଶି ଚୋରି କରିଥିବା ଅଭିଯୋଗ କରି ତାଙ୍କୁ ଆକ୍ରମଣ କରିଥିଲେ । ମାତ୍ର ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା । ତାଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ଜଳାଇଦେଇଥିଲେ ସେମାନେ । ଗୁରୁତର ଅବସ୍ଥାରେ ଅଜେଶକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଯେତେବେଳେ ଅଜେଶଙ୍କୁ ଅଟୋ ଡ୍ରାଇଭରମାନେ ମିଶି ପିଟୁଥିଲେ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏସବୁକୁ ନିଜ ମୋବାଇଲରେ ରେକର୍ଡ କରିଦେଇଥିଲେ । ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ପୋଲିସ ନିକଟକୁ ଭିଡିଓଟିକୁ ପଠାଇଦେଇଥିଲେ । ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ୫ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.