ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ, ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା ଜବତ

Published By : Prameya-News7 Bureau | May 30, 2022 IST

ବରଗଡ଼: ଆଇପିଏଲ ବେଟିଂ ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୋଲିସ  ଗିରଫ କରିଛି। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା ଜବତ କରାଯିବା ସହ ୩୦ ଟି ମୋବାଇଲ,୨ ଟି ଲ୍ୟାପଟପ, ଫୋନ,୨ ଟି ତାସ ,ଗୋଟିଏ LCD ମନିଟର, ଡିଭାଇସ ସମେତ ଅନ୍ୟ କେତେକ ବୈଦ୍ୟୁତିକ ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଲ କାନ୍ତ ନାଗ ଓ ଦିଲୀପ ଦାସ ।

ଏ ସମ୍ପର୍କରେ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଆଇପିଏଲ କ୍ରିକେଟ୍‌ରେ ବେଟିଂ କରୁଥିବା ସମ୍ପର୍କରେ ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଥିଲା। ହେଲେ ଚତୁରତା ସହ ବିଭିନ୍ନ ସ୍ଥାନ ପରିବର୍ତ୍ତନ କରି ଖସି ପଳାଉଥିଲେ ଅଭିଯୁକ୍ତ। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି। ଏହି ଘଟଣାରେ ଆହୁରି ବହୁ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ତେବେ ବେଟିଂରେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ମିଳିଲେ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବରଗଡ଼ ଏସପି ପି.ପୁରୁଷୋତ୍ତମ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.