vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବଣାଇରେ ମହିଳାଙ୍କୁ ଗଣଦୁଷ୍କର୍ମ ; ୫ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

11/10/2018 at 5:09 PM

ସୁନ୍ଦରଗଡ ୧୧|୧୦: ବଣାଇ ଉପଖଣ୍ଡ କେ.ବଳାଙ୍ଗ ଥାନା ଅନ୍ତର୍ଗତ କାଲିକଟ ଜଙ୍ଗଲରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାବେଳେ ଜଣେ ମହିଳା ମଟୁହନୁମାନରୁ ରେଞ୍ଜଡ଼ା ଯାଉଥିବା ବେଳେ କାଳିକଟ ଜଙ୍ଗଲରେ ପାଞ୍ଚ ଜଣ ତାଙ୍କୁ ଜୋରଜବରଦସ୍ତି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ । ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ସେ ସେଠାରୁ ଘରକୁ ଫେରି ଏହି ବିଷୟରେ ଥାନାରେ ଜଣାଇଥିଲେ, କେ.ବଲାଙ୍ଗ ପୋଲିସ ଘଟଣାର ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି । ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ରେଞ୍ଜଡ଼ା ଅଞ୍ଚଳର ହୋଇଥିବା ବେଳେ ଜଣେ ମଟୁହନୁମାନ ଅଞ୍ଚଳର।

   Related Posts