Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣା : ଆଉ ୫ ଅଭିଯୁକ୍ତ ଗିରଫ

5/06/2019 at 3:03 PM

ବ୍ରହ୍ମପୁର ୫|୬: ବ୍ରହ୍ମପୁର ପୁଲିସ୍‌କୁ ମିଳିଲା ବଡ ସଫଳତା। ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୁଲିସ୍ ଆଜି ଆଉ ୫ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ପୁଲିସ୍ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଛି। ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ତିନୋଟି ମୋଟରସାଇକେଲ୍, ଦୁଇଟି ପିସ୍ତଲ, ତିନୋଟି ଜୀବନ୍ତ ଗୁଳି, ଦୁଇଟି ଛୁରୀ, ୧୦ଟି ମୋବାଇଲ୍ ଫୋନ୍, ନଗଦ ୩,୫୦୦ ଟଙ୍କା ଜବତ କରିଥିବା ପୁଲିସ୍ କହିଛି।  ଘଟଣାର ଷଡଯନ୍ତ୍ରକାରୀ ମଦ ବ୍ୟବସାୟୀ ଭଗବାନ ସାହୁ ଓରଫ୍ ଭାଲୁ ସାହୁ ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ତା ନାଁରେ ଆଉଟ୍ ଲୁକ୍ ସର୍କୁଲାର୍ ଜାରି କରିଥିବା ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର କହିଛନ୍ତି।

ଗତ ୨୨ ତାରିଖ ରାତି ପାଖାପାଖି ସାଢେ ୯ ସମୟରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ମନୋଜ ଜେନାଙ୍କୁ  ପ୍ରଥମେ ଗୁଳି ପରେ ଗଳାକୁ କାଟି ନିର୍ମମ ଭାବେ ହତ୍ୟା କରିଥିଲେ। ମଦ ବ୍ୟବସାୟ ଓ ବ୍ୟକ୍ତିଗତ ଶତ୍ରୁତା କାରଣରୁ ମନୋଜକୁ ହତ୍ୟା କରାଯାଇଥିବା ପୁଲିସ୍ ତଦନ୍ତରୁ ଜାଣିଥିବା କହିଛି।

ଗିରଫ ହୋଇଥିବା ଆନନ୍ଦ ସ୍ବାଇଁ, କାର୍ତ୍ତିକ ନାହାକ, ଶିବରାମ ବେହେରା ଓ ଶଙ୍କର ରାଉତ ୪ଜଣଙ୍କୁ କୋରାପୁଟ୍ ଜିଲ୍ଲା ଲକ୍ଷ୍ମିପୁରରୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁଲତାନ୍ ଓରଫ୍ ସୁନୀଲ୍ କୁମାର ନାୟକଙ୍କୁ ବାଲୁଗାଁ ଷ୍ଟେସନ୍ ନିକଟରୁ ଗିରଫ କରାଯାଇଥିବା ଏସ୍.ପି ସୂଚନା ଦେଇଛନ୍ତି। ଫେରାର୍ ହୋଇଥିବା ଭଗବାନ ଓରଫ୍ ଭାଲୁଙ୍କ ସହ ମୃତ ମନୋଜଙ୍କ ବ୍ୟବସାୟ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ୨୦୧୨ ମସିହା ଡିସେମ୍ବର ମାସ ୮ ତାରିଖରେ ଭଗବାନ ସାହୁଙ୍କ ସାନ ଭାଇଙ୍କୁ ମନୋଜ ଏବଂ ତାଙ୍କ ସହଯୋଗୀ ହତ୍ୟା କରିଥିଲେ। ଆସିକା ଅଞ୍ଚଳରେ ମୃତ ମନୋଜ ଓ ଫେରାର୍ ଭଗବାନଙ୍କ ମଦ ବ୍ୟବସାୟ ଚାଲୁଥିବା ବେଳେ ଏହାକୁ ନେଇ ମଧ୍ୟ ବିବାଦ ରହିଥିବା ପୁଲିସ୍ କହିଛି।

ମନୋଜକୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରୁଥିବା ବେଳେ ଗତ ୨୨ ତାରିଖରେ  ମନୋଜଙ୍କ କାର୍‌କୁ ଭୁବନେଶ୍ବରରୁ ତିନୋଟି ମୋଟରସାଇକେଲ୍‌ରେ ଅନୁକରଣ କରୁଥିଲେ ଦୁର୍ବୁତ୍ତ। ସେମାନଙ୍କ ଯୋଜନାରେ ସଫଳ ହୋଇ ବ୍ରହ୍ମପୁର ଜାତୀୟ ରାଜପଥ ନିକଟରେ ମନୋଜକୁ ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର କହିଛନ୍ତି।

   Related Posts