କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 20, 2022 IST

ଘଟଗାଁ ୨୦।୭: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ ୧୩ ଲକ୍ଷ ଟଙ୍କାର ଅଫିମ ଜବତ ହୋଇଛି । ଏହାସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗାଁ ନିକଟରେ ପୋଲିସ ଧରିଥିଲା । ଗାଡିରୁ ୯ କିଲୋ ୯୪୦ ଗ୍ରାମ ଅଫିମ ଜବତ ହୋଇଛି । ଏହାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର ଜନ ହାସା, ଝାଡଖଣ୍ଡର ଜାଗାଇ ସାଲୁକାଟ, ସାନି ମୁଣ୍ଡା, ଅଟୱା ମୁଣ୍ଡା ଏବଂ ଟୁରି ମୁଣ୍ଡା । ଜବତ ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.