oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୫ ଗିରଫ : ବସ୍ ଧକ୍କା ଦେବା ପରେ ବିଲରେ ଫିଙ୍ଗି ଦେଇଥିଲେ ଡ୍ରାଇଭର

13/01/2021 at 10:06 AM

ସୋର ୧୩।୧: ସାମାନ୍ୟ ଅବହେଳା ପାଇଁ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ । ସିମୁଳିଆ ଥାନା ଜଳଙ୍ଗ ତେନ୍ତୁଳିଆରେ ବିଲ ମଝିରେ ଏକ ମୃତଦେହ ପଡିଥିବା ଖବରପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନିଜଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଶେଷରେ ପୋଲିସ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ବାଲେଶ୍ଵର ମତ୍ସ୍ୟ ବିଭାଗର କିରାଣୀ ସ୍ବାଧୀନ ରାୟ ଚୌଧୁରୀ ବାଲେଶ୍ବରରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତଳନଗର ନିକଟରେ ପୁରୁଷୋତ୍ତମ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ବାଧୀନ ତଳେ ପଡିଯିବାରୁ ବସ୍ ଡ୍ରାଇଭର ଉଦ୍ଧାର କରି ଔପଦା ଡାକ୍ତରଖାନାକୁ ନେଇଯାଇଥିଲେ । ସ୍ବାଧୀନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରିଥିଲେ । ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସେହି ବସ୍ ଯୋଗେ ସିମୁଳିଆ ଆଣୁଥିବା ବେଳେ ବାଟରେ ସ୍ବାଧୀନଙ୍କ ମୃତ୍ୟୁ ହୋଇଯାଇଥିଲା । ବସ୍ ମାଲିକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଯୁବକଙ୍କୁ ଠିକ୍ କରି ମୃତଦେହକୁ ସିମୁଳିଆ ଥାନା ତେନ୍ତୁଳିଆ ନିକଟରେ ଏକ ନିଛାଟିଆ ବିଲ ମଝିରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ଡ୍ରାଇଭର ।

ସିମୁଳିଆ ପୋଲିସ ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ବସ୍ ଓ ଶବକୁ ଫିଙ୍ଗିବାରେ ସାହାଯ୍ୟ କରିଥିବା ସହଯୋଗୀ ବାଇକ୍ ଏବଂ ୬ଟି ମୋବାଇଲକୁ ଜବତ କରିଛି । ଏହି ଘଟଣା ବସ୍ ମାଲିକ ପୁରୁଷୋତ୍ତମ ବେହେରା, କଣ୍ଡକ୍ଟର ଚିନ୍ମୟ ପ୍ରକାଶ ମହାନ୍ତି, ଡ୍ରାଇଭର ସେଖସୁରଜ ଓ ହେଲପର ବସନ୍ତ ବେହେରା ସମେତ ସହଯୋଗୀ ସୁଶାନ୍ତ ରାଉତ ମୋଟ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts