ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ମାରଣାସ୍ତ୍ର ସହ ଲଙ୍କାଗୁଣ୍ଡ ଜବତ

Published By : Prameya-News7 Bureau | December 24, 2022 IST

ଭୁବନେଶ୍ୱର ୨୪/୧୨: ଡକାୟlତି ଯୋଜନା ପଣ୍ଡ। ୫ ଅଭିଯୁକ୍ତଙ୍କୁ ଗିରଫ କଲା ଜଟଣୀ ପୋଲିସ। ଡିସେମ୍ୱର ୨୪ ରାତିରେ ପେଟ୍ରୋଲିଙ୍ଗ କରିବା ବେଳେ ଆଇ.ଓ.ସି. ଏଲ. ରୋଡରେ ଥିବା ଖଣ୍ଡୁଆଳ ମନ୍ଦିର ପାଖରେ ଏକ ପରିତ୍ଯକ୍ତ ଘରେ ଚଢ଼ଉକରି ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପଚାରାଉଚର ବେଳେ ୫ ଅଭିଯୁକ୍ତ ଡକାୟତ କରିବାକୁ ଯୋଜନା କରୁଥିବା ପୋଲିସ ପାଖରେ  ସ୍ୱକାର କରିଛନ୍ତି।

ପୋଲିସ ତାଙ୍କ ଠାରୁ ୪ଟି ଛୁରୀ, ଗୋଟିଏ ଲୁହା ମାର୍ତ୍ତୁଳ, ଗୋଟିଏ ସ୍କୃ ଡ୍ରାଇଭର ଓ ୨ଟି ମୋବାଇଲ ସହ ଲଙ୍କାଗୁଣ୍ଡା ଜବତ କରିଛି ପୋଲିସ l ୫ ଅଭିଯୁକ୍ତଙ୍କ ପରିଚୟ ଅଞ୍ଚଳର ସେକ୍ ଫରିଉଦ୍ଦିନ, ସେକ୍ ବସିରୁଦ୍ଧିନ ଓ ଅନ୍ସର ସାହା ସଞ୍ଜୟ ଦାସ ଓ ରମେଶ ଦାସ। ସେମାନେ ମୁଣ୍ଡିଆ ସାହି ଓ ରଥିପୁର ଅଞ୍ଚଳର ବାସିନ୍ଦା। ସେକ୍ ଫରିଉଦ୍ଦିନ, ସେକ୍ ବସିରୁଦ୍ଧିନଙ୍କୁ  ଶନିବାର କୋଟର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ୫ ରୁ ୭ ଟି ମାମଲା ଥିବା ପୋଲିସ କହିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.