ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ ମନି ଲଣ୍ଡ୍ରିଂ ଅଭିଯୋଗ, FIU ଲଗାଇଲା ୫.୪୯ କୋଟି ଟଙ୍କାର ଜରିମାନା

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ୍‌କୁ ଆର୍ଥିକ ଗୁଇନ୍ଦା ୟୁନିଟ୍‌ (Financial Intelligence Unit-FIU)ର ଝଟକା। FIU ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ମନିଲଣ୍ଡ୍ରିଂ ଅଭିଯୋଗରେ ୫.୪୯ କୋଟି ଟଙ୍କାର ଜରିମାନା ଲଗାଇଛି। ଏଫଆଇୟୁ ଜାଣିବାକୁ ପାଇଛି ଯେ, ଅନେକ ସଂସ୍ଥା ଅପରାଧିକ ଗତିବିଧି ପାଇଁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଖାତାକୁ ବ୍ୟବହାର କରିଛନ୍ତି। FIU ଏହି ଜରିମାନା PMLA ଉଲ୍ଲଘଂନରେ ଲଗାଇଛି।

ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ ଜାନୁଆରୀ ୩୧ରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ନେଇ କରିଥିବା କାର୍ଯ୍ୟାନୁଷ୍ଠାନ ପରେ ଇଡି ବ୍ୟାଙ୍କ୍‌ର ଆକାଉଣ୍ଟସ, ଟ୍ରାଞ୍ଜାକ୍ସନର ଛାନବିନ୍‌ ଆରମ୍ଭ କରିଥିଲା। FIUକୁ ଯାଞ୍ଚ ଏଜେନ୍ସୀରୁ ସୂଚନା ମିଳିଛି ଯେ, ଅନଲାଇନ ଜୁଆ ସହ ଅନେକ ଅବୈଧ କାର୍ଯ୍ୟରେ ଲିପ୍ତ କିଛି ସଂସ୍ଥା ପେଟିଏମ ପେମେଣ୍ଟସ ବ୍ୟାଙ୍କ ଦ୍ବାରା ନେଣଦେଣ କରୁଥିଲେ। ଯାହା ପରେ FIU ଯାଞ୍ଚ ଆଧାରରେ ସମୀକ୍ଷା ଆରମ୍ଭ କରିଥିଲା ଆଉ ଶୁକ୍ରବାର ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି।

ଆହୁରି ପଢ଼ନ୍ତୁ: Paytmକୁ ବଡ଼ ଝଟକା ! କମ୍ପାନିରୁ ୨ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କଲା ସଫ୍ଟବ୍ୟାଙ୍କ

ଏହା ପୂର୍ବରୁ ଶୁକ୍ରବାର ଓ୍ବାନ୯୭ କମ୍ୟୁନିକେସନ, ପେଟିଏମ ଏବଂ ପେଟିଏମ ପେମେଣ୍ଟ୍ସ ବ୍ୟାଙ୍କ ମଧ୍ୟରେ ଇଣ୍ଟର କମ୍ପାନି ଚୁକ୍ତି ସମାପ୍ତ କରିବା ଉପରେ ସହମତ ହୋଇଥିଲା। ଏହାଦ୍ବାରା ଉଭୟ କମ୍ପାନି ପରସ୍ପର ଉପରେ ନିର୍ଭରତା କମ୍‌ କରିପାରିବେ। ଉଲ୍ଲେଖଯୋଗ୍ୟ, ପେଟିଏମ ଫାଉଣ୍ଡର ବିଜୟ ଶେଖର ଶର୍ମା ଫେବ୍ରୁଆରୀ ୨୭ରେ ପେଟିଏମ ବ୍ୟାଙ୍କ୍‌ର ବୋର୍ଡରୁ ଇସ୍ତଫା ଦେଇଥିଲେ। ଯାହା ପରେ ଏହାର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନର ଶେୟାରେ ଲଗାତାର ହଲଚଲ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.