oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅଭିବୃଦ୍ଧିକୁ ନେଇ ଫିଚ୍‌ ରେଟିଙ୍ଗ୍‌ସର ନୂଆ ଅନୁମାନ, ୭.୮ ପ୍ରତିଶତ ନୁହେଁ ୨୦୨୨-୨୩ରେ ୭ ପ୍ରତିଶତ ରହିପାରେ ଦେଶର ଜିଡିପି

15/09/2022 at 5:07 PM

ନୂଆଦିଲ୍ଲୀ, ୧୫/୦୯: ଦେଶରେ ଆଗେଇ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ମଧ୍ୟରେ ଜିଡିପି ଭଲ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଦେଶର ପ୍ରତିଷ୍ଠିତ ରେଟିଙ୍ଗ୍‌ ସଂସ୍ଥା ଫିଚ୍‌ ଏନେଇ ପୂର୍ବାନୁମାନ କରିଛି । ଚଳିତ ବର୍ଷ ଭାରତର ଆର୍ଥିକ ବିକାଶକୁ ଆଧାର କରି ଜୁନ୍‌ମାସରେ ଫିଚ୍‌ ଦେଶର ଜିଡିପି ୭.୮ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା । ହେଲେ ବର୍ତ୍ତମାନ ଏହାକୁ ଫିଚ୍‌ ୭ ପ୍ରତିଶତକୁ କମାଇ ଦେଇଛି । ୨୦୨୨-୨୩ ଚଳିତ ବର୍ଷର ଅର୍ଥ ବ୍ୟବସ୍ଥାକୁ ନଜରରେ ରଖି ଏହି ଅନୁମାନ ଲଗାଇଥିବା ଫିଚ୍‌ କହିଛି ।

ବିଶ୍ୱର ଅର୍ଥନୈତିକ ସ୍ଥିତିକୁ ଛାଡ଼ି ଦରଦାମ୍‌ ବୃଦ୍ଧି, ଶକ୍ତ ମନିଟରିଂ ପଲିସି କାରଣରୁ ଜିଡିପିରେ ମନ୍ଥରତା ଦେଖା ଦେଇପାରେ ବୋଲି ରେଟିଙ୍ଗ୍‌ ଏଜେନ୍ସି କହିଛି ।

ଏଜେନ୍ସି କହିଛି- ହୋଲସେଲ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୧୧ ମାସ ମଧ୍ୟରେ ଅଗଷ୍ଟରେ ସର୍ବନିମ୍ନ ୧୨.୪୧ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟପଟେ ପାଇକାରୀ ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ବର୍ଷ ଶେଷ ସୁଦ୍ଧା ରେପୋ ହାରକୁ ୫.୯୦ ପ୍ରତିଶତକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଥିବା ଏଜେନ୍ସି କହିଛି । ଏଥି ସହିତ ଆସନ୍ତା ବର୍ଷ ରେପୋ ହାର ୬ ପ୍ରତିଶତରେ ପହଞ୍ଚିବ ବୋଲି ଅନୁମାନ କରିଛି ଫିଚ୍‌ ।  

   Related Posts