ଏକତରଫା ନିଷ୍ପତ୍ତି ନିଆଯାଇଛି, କଂଗ୍ରେସ-JMMର ସିଟ୍ ସେୟାରିଂ ଘୋଷଣା ଉପରେ ରାଗିଲା RJD

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢିବେ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ସ୍ପଷ୍ଟ କରିଥିଲେ । ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ମଧ୍ୟ ହୋଇଥିବା ସେ ସ୍ପଷ୍ଟ କରିଥିଲେ । ତାଙ୍କ ଘୋଷଣା ଅନୁସାରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସ  ୮୧ରୁ ୭୦ ଆସନରେ ନିଜ ପ୍ରାର୍ଥୀ ଦେବ । ଅନ୍ୟ ସହଯୋଗୀ ଦଳ ଆର୍‌ଜେଡି ଏବଂ ବାମ ଦଳଙ୍କ ପାଇଁ ୧୧ ଆସନ ଛଡ଼ାଯିବ । ଏହାରି ଭିତରେ ଆର୍‌ଜେଡିର ବୟାନ ସାମନାକୁ ଆସିଛି । ସିଟ୍ ସେୟାରିଂ ଉପରେ ହେମନ୍ତ ସୋରେନଙ୍କ ବୟାନ ଉପରେ ଦଳ ଅସନ୍ତୋଷ ବ୍ୟକ୍ତ କରିଛି ।  

ଆର୍‌ଜେଡି ସାଂସଦ ମନୋଜ ଝା କହିଛନ୍ତି, 'ଏକତରଫା ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଅଲଗା ଅଲଗା ଜିଲ୍ଲାରେ ଆମେ ମଜଭୁତ ଅଛୁ । ତେଣୁ ସେହି ହିସାବରେ ନିଷ୍ପତ୍ତି ନେବା ପାଇଁ ଆମେ ଆମ ମେଣ୍ଟର ସହଯୋଗୀଙ୍କୁ ଅନୁରୋଧ କରିବୁ । ଆମ ପ୍ରଭାରୀ ଏଠାରେ ଅଛନ୍ତି । ଆମ ପ୍ରଦେଶ ଅଧ୍ୟକ୍ଷ ଏଠାରେ ଅଛନ୍ତି । ଗତକାଲିଠାରୁ ଆମ ନେତା ତେଜସ୍ୱୀ ଯାଦବ ମଧ୍ୟ ଅଛନ୍ତି । ଆମର ସବୁ ନେତା ଏଠାରେ ଥିବା ସତ୍ତ୍ୱେ ଯଦି ମେଣ୍ଟ ପ୍ରକ୍ରିୟାରେ ଆମକୁ ସାମିଲ କରାନଯାଏ ତେବେ ଏହା ଦୁଃଖ ବିଷୟ ।'

ମନୋଜ ଝା କହିଛନ୍ତି, 'ଆସନ ବୁଝାମଣା ବୈଠକରେ ଏକତରଫା ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ ଏହି ଆସନ ଅଫର୍ କରାଯାଉଛି ବୋଲି କୁହାଗଲା । ଏହା ଆରଜେଡିର ଐତିହାସିକ ଶକ୍ତିର ଅନୁରୂପ ନୁହେଁ ଏବଂ ସମକାଳୀନ ପରିସ୍ଥିତିର ଅନୁରୂପ ନୁହେଁ । ଅନେକ ଜିଲ୍ଲାରେ ଆମ ଉପସ୍ଥିତି ମଜଭୁତ ରହିଛି । ବୈଠକରେ ଆମ ଶକ୍ତି ଉପରେ ବିଚାର କରାଯାଇ ନାହିଁ । ଆଜି ପାର୍ଟିର ବୈଠକରେ ଆମ ୧୪ରୁ ୧୮ ଆସନ ଚିହ୍ନଟ କରିଛୁ, ଯେଉଁଠାରେ ଆମେ ଏକାକୀ ଲଢିଲେ ବି ବିଜେପିକୁ ହରାଇବା ପାଇଁ ସକ୍ଷମ ହେବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.