ନୂଆଦିଲ୍ଲୀ ୦୨/୧୨: ବେଳେ ବେଳେ ଏମିତି ହୁଏ ଯେ, ମଣିଷର ଭାବନା ଠାରୁ ବହୁ ଅଧିକ ମିଳିଯାଏ । ସ୍ବପ୍ନରେ ଭାବି ନଥିବା ଘଟଣା ବି ଘଟିଯାଏ। ଏମିତି ମାମଲା ବିଭିନ୍ନ ସମୟରେ ଘଟୁଥିବା ଦେଖିବାକୁ ମିଳେ। କିନ୍ତୁ ନିକଟରେ ଥାଇଲାଣ୍ଡରେ ଘଟିଥିବା ଏଭଳି କିଛି ଘଟଣା ସମସ୍ତଙ୍କୁ ଚକିତ କରିଛି। ଜଣେ ମତ୍ସ୍ୟଜୀବୀ ରାତାରାତି କୋଟିପତି ହୋଇଛନ୍ତି। ବାନ୍ତି କଲା ତିମି, କୋଟିପତି ହୋଇଗଲେ ମତ୍ସଜୀବୀ। ଏଭଳି ଖବର ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
{"id":371633,"sizeSlug":"large"}ଡେଲି ମେଲ୍ରେ ପ୍ରକାଶିତ ଏକ ଖବର ଅନୁସାରେ ନାରିସ ନାମକ ଜଣେ ମତ୍ସଜୀବୀ ତିମି କରିଥିବା ବାନ୍ତିକୁ ଏକ ଚଟ୍ଟାଣ ବୋଲି ଭାବିଥିଲେ। କିନ୍ତୁ ତାର ଦାମ ୨୫ କୋଟି ଟଙ୍କା। ଯାହାର ଓଜନ ୧୦୦ କେଜି ବୋଲି ଜଣାପଡ଼ିଛି। ଏହା ସହ ଏବେସୁଦ୍ଧା ମିଳିଥିବା ଏମ୍ବରଗ୍ରିସର ଏହା ଏକ ବଡ଼ ଖଣ୍ଡ।
ମାସକୁ ୫୦୦ ପାଉଣ୍ଡ ରୋଜଗାର କରୁଥିବା ନାରିସ କେବେ ଭାବିନଥିଲେ ତିମି ବାନ୍ତିରୁ ମିଳିବ ୨୪ ଲକ୍ଷ ପାଉଣ୍ଡ ବା ୨୫ କୋଟି ଟଙ୍କା। ତେବେ ଏହାର କ୍ବାଲିଟି ଭଲ ହେଲେ ଗୋଟିଏ କମ୍ପାନୀ ଏହାକୁ ୨୩,୭୩୦ ପାଉଣ୍ଡ ପ୍ରତି କିଲୋ ଦେଇ କିଣିବ ବୋଲି ଜଣାପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏନେଇ ପୋଲିସକୁ ଖବର ମଧ୍ୟ ଦେଇଛନ୍ତି ନାରିସ।
{"id":371634,"sizeSlug":"large"}ବୈଜ୍ଞାନିକ ଭାଷାରେ ଏହାକୁ ଏମ୍ବରଗ୍ରିସ୍ ବୋଲି କୁହାଯାଏ। କେହି କେହି ଏହାକୁ ତିମିର ବାନ୍ତି ବୋଲି କୁହନ୍ତି। ଏହା ତିମିର ପେଟ ଭିତରୁ ବାହାରିଥାଏ ଯାହାକୁ ତିମି ହଜମ କରିବାରେ ଅସମର୍ଥ ହୋଇଥାଏ। ବେଳେ ବେଳେ ଏହି ପଦାର୍ଥ ରେକ୍ଟମ ସାହାଯ୍ୟରେ ବାହାରକୁ ଆସିଥାଏ। ବେଳେ ବେଳେ ପଦାର୍ଥର ଆକାର ବଡ଼ ହେଲେ ତିମି ଏହାକୁ ପାଟି ଦେଇ ବାହାର କରିଥାଏ।