ଅନ୍ଧାର ରାତିରେ ଚୋରି କରୁଥିଲେ ମାଛ, ଧରାପଡି ଛେଚା ଖାଇଲେ
9/06/2023 at 11:25 AM

ଟାଙ୍ଗୀ ୯।୬: ଅନ୍ଧାର ରାତିରେ ଚୋରି କରୁଥିଲେ ମାଛ । ଧରାପଡି ନିର୍ଧୁମ ଛେଚା ଖାଇଲେ ମତ୍ସ୍ୟଜୀବୀ । ମାଛ ଚୋର ଦୁହେଁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୋରଣ-ମାନସିଂହପୁର ଗ୍ରାମର ମତ୍ସ୍ୟଜୀବୀ ।
ସୂଚନାଯୋଗ୍ୟ ଯେ, ଅନ୍ଧାର ରାତିରେ ଚିଲିକାରେ ମାଛଧରା ଜାଲ ବସାଇଥିଲେ ବାପ-ପୁଅ । ରାତି ଉଜାଗର ରହି ମାଛଧରା ଜାଲ ଓ ମାଛ ଜଗୁଥିଲେ । କିନ୍ତୁ ଜାଣି ପାରୁନଥିଲେ ଅନ୍ଧାର ମାଛଧରା ଜାଲ ସହ ସବୁ ମାଛ କିଏ ଚୋରି କରି ନେଉଛି । ଚୋର ଧରିବାକୁ କେତେକ ମତ୍ସ୍ୟଜୀବୀ ପୁଣି ଚିଲିକା ମଧ୍ୟରେ ମାଛଧରା ଜାଲ ବିଛାଇଲେ । ଯୋଜନା ମୁତାବକ ଚୋର ଧରିବା ପାଇଁ ବିଭିନ୍ନ ସ୍ଥାନରେ ରାତି ଉଜାଗର ରହି ଛପି ରହିଲେ । ଚୋର ଘର ସବୁ ଦିନ ଅନ୍ଧାର ନଥାଏ । ଚୋରି କରିବା ପାଇଁ କେତେକ ମତ୍ସ୍ୟଜୀବୀ ରାତିରେ ଚିଲିକା ମଧ୍ୟରେ ଘୁରି ବୁଲୁଥିଲେ । ଆଉ ସମୟ-ସୁବିଧା ଦେଖି ମାଛଧରା ଜାଲ ସହିତ ମାଛ ଚୋରି କରିବା ବେଳେ ଧରାପଡି ଗଲେ । ଧରାପଡି ଥିବା ମାଛ ଚୋରଙ୍କୁ ନିର୍ଧୁମ ଛେଚିବା ପରେ ଚୋରି ଘଟଣାର ସତକଥା ଓଗାଳି ଦେଲେ ଚୋର ।
ଧରାପଡି ଛେଚା ଖାଇଥିବା ଏହି ମାଛ ଚୋର ଦୁହେଁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୋରଣ-ମାନସିଂହପୁର ଗ୍ରାମର ମତ୍ସ୍ୟଜୀବୀ । ଏହି ଚୋର ଦୁହେଁ ଦିନ ବେଳେ ଚିଲିକାରୁ ମାଛଧରା କାର୍ଯ୍ୟ କରନ୍ତି ନାହିଁ ବରଂ ଅନ୍ଧାର ରାତିରେ ଅନ୍ୟର ମାଛ ଓ ମାଛଧରା ଜାଲ ଚୋରି କରିବା ହେଉଛି ଏମାନଙ୍କ ନିଇତି ବେଉସା । ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଆଲୋଚନା ପରେ ଆପୋଷ ସମାଧାନ କରାଯାଇଛି । ଥାନାରେ ଅଭିଯୋଗ ହୋଇନାହିଁ ।
You Can Read :