ବୋଟ୍‌ରୁ ଖସି ମତ୍ସ୍ୟଜୀବୀ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | January 21, 2022 IST

ମହାକାଳପଡା ୨୧।୧: ବୋଟ୍‌ରୁ ଖସି ପଡି ମତ୍ସ୍ୟଜୀବୀ ନିଖୋଜ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଖରନାସୀ ଟୁବି ଘାଟରେ ଘଟିଛି ଏଭଳି ଅଘଟଣ । ନିଖୋଜ ମତ୍ସ୍ୟଜୀବୀ ବାର ନମ୍ବର ଗାଁର ଆଲୋକ ହାଁସଦା । ମହାକାଳପଡା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଖରନାସୀ ଟୁବି ଘାଟରେ ଘଟିଛି ଅଭାବନୀୟ ଘଟଣା । ବୋଟ୍‌ରୁ ଖସି ପଡି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ମହାକାଳପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନାହିଁ । ନିଖୋଜ ମତ୍ସ୍ୟଜୀବୀ ଜଣଙ୍କ ବାର ନମ୍ବର ଗାଁର ଆଲୋକ ହାଁସଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.