ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ଧାରଣା ତୃତୀୟ ଦିନରେ

Published By : Prameya-News7 Bureau | November 28, 2019 IST

କୃଷ୍ଣପ୍ରସାଦ ୨୮।୧୧:କୃଷ୍ଣପ୍ରସାଦ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ବୀପାଞ୍ଚଳ ପେଷାଦାର ମତ୍ସ୍ୟଜୀବୀ ମହାସଂଘ ତରଫରୁ ଧାରଣା ଦିଆଯାଇଛି । ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ।

{"id":190834,"sizeSlug":"large"}

ଉଚ୍ଛେଦକୁ ବିରୋଧ କରି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପେଷାଦାର ମତ୍ସ୍ୟଜୀବୀ ଧାରଣାରେ ବସି ରହିଛନ୍ତି । ଏପରିକି ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଘେରି ଉଚ୍ଛେଦ ସ୍ଥାନକୁ ଛାଡୁନାହଁନ୍ତି ଆନ୍ଦୋଳନକାରୀ ମତ୍ସ୍ୟଜୀବୀ ।

{"id":190835,"sizeSlug":"large"}

ସେପଟେ ଯଦି ପ୍ରଶାସନ ଚିଲିକାକୁ ଯାଇ ଘେରି ଉଚ୍ଛେଦ କରେ ତାହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଦ୍ବୀପାଞ୍ଚଳ ମତ୍ସ୍ୟଜୀବୀ ମହାସଂଘ ଚେତାବନୀ ଦେଇଛି  । ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଛି ଆନ୍ଦୋଳନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.