ଆଜି ପୁଣି ତହସିଲ କାର୍ଯ୍ୟାଳୟ ଘେରିବ ଦ୍ବୀପାଚଂଳ ପେଷାଦାର ମତ୍ସ୍ୟଜୀବୀ ମହାସଂଘ

Published By : Prameya-News7 Bureau | November 27, 2019 IST

କୃଷ୍ଣପ୍ରସାଦ ୨୭।୧୧: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତୀବ୍ର ହେବାରେ ଲାଗିଛି ଦ୍ବୀପାଞ୍ଚଳ ମତ୍ସ୍ୟଜୀବୀ ମହାସଂଘର ଆନ୍ଦୋଳନ । ଦୁଇ ଦିନରେ ପହଁଚିଛି ଏହି ଆନ୍ଦୋଳନ । ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଛେଦ ହେଉଥିବା ଚିଲିକାରେ ଚିଙ୍ଗୁଡି ଘେରିକଟାକୁ ବିରୋଧ କରି ଶହ ଶହ ପେଷାଦାର ମତ୍ସ୍ୟଜୀବୀ ମହାସଂଘ କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

{"id":190456,"sizeSlug":"large"}

ଏପରିକି ଚିଲିକା ଘେରି ଉଚ୍ଛେଦକୁ ଯିବା ସମୟରେ ଆନ୍ଦୋଳନକାରୀମାନେ ତହସିଲଦାରଙ୍କ ଗାଡିକୁ ଛାଡିନଥିଲେ । ଗାଡି ଆଗରେ ଦୀର୍ଘ ଦୁଇଘଣ୍ଟା ଧରି ଆନ୍ଦୋଳନକାରୀମାନେ ବସିରହିଥିଲେ । ସେପଟେ ପ୍ରଶାସନ ଜିଦିରେ ଅଟଳ ରହିଛି । ଯେହେତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେଥିପାଇଁ ଚିଲିକାରେ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କୌଣସି ପ୍ରକାର ବନ୍ଦ କରାଯାଇ ପାରିବନାହିଁ ବୋଲି ତହସିଲଦାର ଜିତେନ୍ଦ୍ର ନାୟକ କହିଛନ୍ତି ।

{"id":190457,"sizeSlug":"large"}

ସେପଟେ ଯଦି ଆଜି ତହସିଲ ପ୍ରଶାସନ ଚିଲିକାରୁ ଚିଙ୍ଗୁଡିଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ନ କରନ୍ତି ତାହାଲେ ହଜାର ହଜାର ପେଷାଦାର ମତ୍ସ୍ୟଜୀବୀ ପ୍ରଶାସନ ସହ ସମ୍ନାସାମ୍ନି ହେବେ। ମରିବୁ ପଛେ ଅଚଂଳରେ ହେଉଥିବା ଚିଲିକା ଘେରି ଉଚ୍ଛେଦକୁକୌଣସି ପ୍ରକାରେ କରାଇଦେବୁ ନାହିଁ ବୋଲି ଦ୍ବୀପାଞ୍ଚଳ ପେଷାଦାର ମତ୍ସ୍ୟଜୀବୀ ମହାସଂଘ ଚେତାବନୀ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.