ବୈତରଣୀରେ ମାଛ ଧରୁଥିବା ବେଳେ ଡଙ୍ଗାରୁ ଖସିପଡ଼ିଲେ ଧୀବର, ମିଳିଲା ମୃତଦେହ
10/09/2022 at 6:57 PM

ଚାନ୍ଦବାଲି, ୧୦/୦୯: ବୈତରଣୀ ନଦୀରେ ମାଛ ଧରୁଥିବା ବେଳେ ନଦୀରେ ଖସିପଡି ଜଣେ ମାଛ ଧରାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଧିବର ହେଉଛନ୍ତି ଚାନ୍ଦବାଲି ବାଲିଗାଁର ଦୁର୍ଯ୍ୟୋଧନ ଦାସ l ଅନ୍ୟ ଦୁଇଜଣ ଧିବରଙ୍କ ସହ ଦୁର୍ଯ୍ୟୋଧନ ନଦୀରେ ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ମାଛ ଧରୁଥିବା ବେଳେ ଗଳି ପଡ଼ିଥିଲେ । ଅନ୍ୟ ଧିବରମାନେ ବହୁତ ଖୋଜାଖୋଜି କରି ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ନଦୀରୁ ଉଦ୍ଧାର ପରେ ତାଙ୍କୁ ଏକ ଟ୍ରଲି ସାହାଯ୍ୟରେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023