ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ତହସିଲ୍‌ ଅଫିସ୍ ଆଗରେ ୭ ଦଫା ଦାବିରେ ମତ୍ସ୍ୟଜୀବିଙ୍କ ଧାରଣା

30/01/2023 at 5:07 PM

ସୋର ୩୦/୦୧: ସାତ ଦଫା ଦାବିରେ ମତ୍ସ୍ୟଜୀବିମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଗୋପାଳପୁର ତହସିଲ୍‌ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ବାହାନଗା ଓ ରେମୁଣା ବ୍ଲକ୍‌ର ୫ଟିରୁ ଅଧିକ ପଞ୍ଚାୟତର ମତ୍ସ୍ୟଜୀବିମାନେ ଏପରି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଗତ ୨ ମାସ ଚାନ୍ଦିପୁର ଡିଆର୍‌ଡିଓରେ ବିଭିନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ହେଉଥିବାରୁ ସେମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଫଳରେ ସମୁଦ୍ରକୁ ନଯିବାରୁ ସେମାନେ ଜୀବିକା ହରାଇଛନ୍ତି।

ସମସ୍ତ ମତ୍ସ୍ୟଜୀବିଙ୍କୁ ସଂଘ ମାଧ୍ୟମରେ ପଞ୍ଜିକରଣ, ବୟସ୍କ ସାମୁଦ୍ରିକ ମାଛୁଆଙ୍କୁ ୨ ହଜାର ଟଙ୍କାର ଭତ୍ତା ସହାୟତା, ସମୁଦ୍ରର ନିଷିଦ୍ଧାଞ୍ଚଳକୁ ନିବୃତ୍ତରହୁଥିବା ସମୟରେ ଆର୍ଥିକ ସହାୟତା ଦେବା, ଗଦେଇ ସାଗର ମୁହଁରେ ନିଷିଦ୍ଧାଞ୍ଚଳ ଚିହ୍ନଟ, ମତ୍ସ୍ୟଜୀବିମାନେ ସମୁଦ୍ରକୁ ଯିବା ଫେରିବା ଓ ଅପେକ୍ଷା କରିବାକୁ ଘର, ବତୀଘର ଚିହ୍ନଟ, ସମୁଦ୍ରରୁ ଉଦ୍ଧାର କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତାଲିମ୍‌ ପ୍ରଦାନ ଇତ୍ୟାଦି ସେମାନେ ଦାବି କରିଛନ୍ତି। ଗଦେଇ ସାଗର ମୁହଁରେ ଚିଙ୍ଗୁଡ଼ିଚାଷୀଙ୍କର ଚାଷପାଇଁ ବ୍ୟବହାର କରୁଥିବା ବ୍ଲିଚିଙ୍ଗ ବିନା ବିଶୋଧନରେ ସମୁଦ୍ର ମଧ୍ୟକୁ ବନ୍ଦ କରିବା, ମତ୍ସଜୀବିମାନଙ୍କୁ ଲାଇଫ୍‌ ଜ୍ୟାକେଟ ଦେବା, ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି।  

   Related Posts