ବାଲିପାଟଣାଠାରେ ମାଛ ଚୋରୀ କରିବାକୁ ଆସି ଦୁଇ ଯୁବକ ହଟହଟା

Published By : Prameya-News7 Bureau | November 04, 2018 IST

ଖୋର୍ଦ୍ଧା ୩/୧୧: ଶୁକ୍ରବାର ରାତ୍ରିରେ ପୋଖରୀରୁ ମାଛ ଚୋରୀ କରିବାକୁ ଆସି ଦୁଇ ଯୁବକ ହଟହଟା  ହୋଇଛନ୍ତି | ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ମାଥୁର ଏବଂ ବିନ୍ଦୁ  ଅଠାନ୍ତର ଗ୍ରାମରେ ଥିବା ପଞ୍ଚାୟତ ପୋଖରୀ ରୁ ରାତ୍ରି ପ୍ରାୟ ୧୨ ଟା ସମୟରେ ବନଶୀ ଯୋଗେ ମାଛ ଧରୁଥିଲେ । ଏହି ସମୟରେ ଅଠାନ୍ତର ଗ୍ରାମର କିଛି ଯୁବକ ଉଭୟଙ୍କୁ ଅଟକ ରଖି ଯୁବକଙ୍କ ପରିବାରଙ୍କୁ  ଖବର ଦେଇଥିଲେ । ପରେ ଯୁବକଙ୍କ  ଘର ଲୋକ ଘଟଣା ସ୍ଥଳରେ ପହଁଞ୍ଚି ପାଞ୍ଚ ହଜାର ଟଙ୍କା ଜୋରିମାନା ଦେଇ ଉଦ୍ଧାର କରିଥିଲେ । ମାଥୁର ଜଣେ ଗାୟକ ହୋଇଥିବା ବେଳେ ତାଙ୍କ ବାପା ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ  ଏବଂ ମାଆ ଜଣେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ । ପୋଲିସ୍ ନିକଟରେ ଏ ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ । ଘଟଣା ସ୍ଥଳର ଭିଜୁଆଲ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.