ନୂଆଦିଲ୍ଲୀ,୧୩/୦୭: ମାଛବର୍ଷା । ଆକାଶରୁ ଖସିଲେ ହଜାର ହଜାର ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସବୁଠାରୁ ବଡ କଥା ହେଲା ଯେ, ମାଛ ଗୁଡିକ ମାଟିରେ ନୁହେଁ ସିଧାସଳଖ ହ୍ରଦରେ ପଡିଛନ୍ତି । ୯୫ ପ୍ରତିଶତରୁ ଅଧିକ ସଂଖ୍ୟକ ମାଛ ବଞ୍ଚିଛନ୍ତି ମଧ୍ୟ । ଏପରି ଘଟଣା ଘଟିଛି ଆମେରିକାର ଉତାହ ରାଜ୍ୟରେ ।
ସୂଚନାନୁସାରେ, ଏପରି ଏକ ପରମ୍ପରା ଉତାହରେ ଅନେକ ଦଶନ୍ଧୀ ଧରି ଚାଲି ଆସିଛି । ଏଠାରେ ଏକ ବିମାନ ଜରିଆରେ ମାଛ ଗୁଡିକୁ ଆକାଶରୁ ତଳେ ପକାଯାଏ । ସିଧାସଳଖ ହ୍ରଦରେ ପଡୁଥିବା ମାଛ ଗୁଡିକ ଜୀବିତ ରହିଥାନ୍ତି । ଅଧିକ ସଂଖ୍ୟକ ମାଛ ହ୍ରଦରେ ହିଁ ପଡିଥାନ୍ତି । ଉତାହ ବନ୍ୟପ୍ରାଣୀ ଡିଭିଜନ୍ ଏହି ମାଛବର୍ଷାର ଭିଡିଓ ସେୟାର କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
wp:html/wp:htmlWHEN FISH FLY.
— UtahDWR (@UtahDWR) July 9, 2021
No, it's not hyperbole. It's the time of year when we stock high-elevation lakes aerially. Because the fish are small and released along with water, they easily survive their airplane drop without injury. See the entire video: https://t.co/gfiVvrCGMl pic.twitter.com/afBNlTCg21
ଆକାଶରେ ଉଡି ହ୍ରଦରେ ପଡିଥାନ୍ତି ମାଛ
ଉତାହର ଏକ ହ୍ରଦରେ ଜଳଜୀବଙ୍କ ସୁରକ୍ଷା ପାଇଁ ଆକାଶ ମାର୍ଗରୁ ଏପରି ଭାବେ ମାଛବର୍ଷା ହୋଇଥାଏ । ପ୍ରତିବର୍ଷ ଏପରି କରାଯାଏ । କମ୍ ଉଚ୍ଚତାରେ ଉଡୁଥିବା ବିମାନ ଜରିଆରେ ୩୫ ହଜାର ମାଛଙ୍କୁ ହ୍ରଦରେ ପକାଯାଏ । ଏଥିରେ କ୍ୟାଟ୍ ପିସ୍ ଓ ଅନ୍ୟ ପ୍ରଜାତିର ମାଛ ରହିଥାନ୍ତି । ଅଳ୍ପ ଉଚ୍ଚତାରେ ଥିବା ବେଳେ ହିଁ ବିମାନର ଗେଟ୍ ଖୋଲାଯାଏ । ଯେପରି ମାଛଗୁଡିକ ମରିବେ ନାହିଁ ।
୧୯୫୦ରୁ ଜାରି ରହିଛି ଏହି ପରମ୍ପରା
ଫେସବୁକରେ ଏହି ଭିଡିଓକୁ ସେୟାର କରି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ହ୍ରଦଟି ଯେଉଁଠି ଅଛି ସେଠାକୁ କୌଣସି ଗାଡି ଯାଇପାରେ ନାହିଁ । ତେଣୁ ଯାଆଁଳ ଛାଡିବା ପାଇଁ ବିମାନର ସାହାଯ୍ୟ ନିଆଯାଉଛି । ୫୦ ବର୍ଷ ହେଲା ଏପରି ଚାଲୁଥିବା ଜଣାପଡିଛି ।