ମଙ୍ଗଳା ମୁହାଣରେ ପଡିଛନ୍ତି ଶହ ଶହ ମଲା ମାଛ, ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ନାହିଁ ଖବର

Published By : Prameya-News7 Bureau | July 27, 2021 IST

ପୁରୀ ୨୭।୦୭:  ପୁରୀ ମଙ୍ଗଳାମୁହାଣ ବେଳାଭୂମିରେ ମାଛ ମଡକ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ମେଞ୍ଜିଆ ଓ ପଥରମୁଣ୍ତି ମାଛ ମରି ପଡିଥିବା ଦେଖିବାକୁ ମିଳିଛି। ସେପଟେ ବିଭାଗୀୟ ଅଧିକାରୀଙ୍କ ନିକଟରେ ନାହିଁ କିଛି ଖବର ।

ଖବର ଅନୁଯାୟୀ, ମଙ୍ଗଳାଘାଟରୁ ଆସୁଥିବା ଡ୍ରେନ୍ ପାଣି ମଙ୍ଗଳା ମୁହାଣରେ ମିଶିବା ସହ ଏହା ସିଧାସଳଖ ସମୁଦ୍ର ଭିତରକୁ ପ୍ରବେଶ କରୁଛି। ଯାହା ଫଳରେ ମଙ୍ଗଳା ଏହି ପାଣି ବିଷାକ୍ତ ହେବା ଯୋଗୁ ଶହ ଶହ ସଂଖ୍ୟାରେ ମାଛ ମରି ପଡୁଛନ୍ତି। ତେବେ ଏନେଇ ଆମେ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.