ଓଲଟିଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍, ୩ ମତ୍ସ୍ୟଜୀବୀ ଗୁରୁତର

Published By : Prameya-News7 Bureau | July 02, 2022 IST

ଟାଙ୍ଗୀ ୨୭: ଓଲଟିଲା ମାଛ ବୋଝେଇ ପିକ୍‌ଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଟାଙ୍ଗୀ ଥାନା ଜାତୀୟ ରାଜପଥର କୋଚିଲା-କୟଥପଲ୍ଲା ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । 

ସୂଚନାଯୋଗ୍ୟ ଯେ, କିଛି ମତ୍ସ୍ୟଜୀବୀ ବାଲୁଗାଁ ଜେଟିରୁ ମାଛ କ୍ରୟ କରି ଗାଁ-ଗହଳିରେ ବିକ୍ରି କରିବା ପାଇଁ ଏକ ଟାଟା ଏସିଇ ଗାଡିରେ ରଣପୁର-ଗୋପାଳପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ହଠାତ ମାଛ ବୋଝେଇ ଟାଟା ଏସିଇଟି ଗାଡିଟି ଓଲଟି ପଡିଥିଲା । ଯେଉଁଥିରେ ୪ ଜଣ ମତ୍ସ୍ୟଜୀବୀ ଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କୁହୁଡ଼ି ଫାଣ୍ଡି ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତ ମତ୍ସ୍ୟଜୀବୀମାନେ ହେଲେ  ରଣପୁର ଥାନା ଅଧିନସ୍ଥ ରାଜବଲ୍ଲଭପୁର ଗ୍ରାମର ବୁଲୁ ବେହେରା, ହଁସରା ଗ୍ରାମର ପଦୁ ବେହେରା, ଲାଖପଡା-ବଳଭଦ୍ରପୁର ଗ୍ରାମର ବ୍ରଜ ନାୟକ । ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ବୋଲି ଟାଙ୍ଗୀ ମେଡିକାଲ ସୂତ୍ରରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.