ଗାଁ ପୋଖରୀରେ ଭାସୁଛି କୁଢ କୁଢ ମଲା ମାଛ, ରାଇସ୍‌ ମିଲ୍‌ର ଦୂଷିତ ପାଣି ଯୋଗୁଁ ମାଛ ମଡକ ଅଭିଯୋଗ

Published By : Prameya-News7 Bureau | July 03, 2023 IST

ସମ୍ବଲପୁର ୩୭: ରାଇସ ମିଲର ଦୂଷିତ ପାଣି ଯୋଗୁଁ ମାଛ ମଡକ ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଲାମାଟି ପଂଚାୟତ ବୁଡିଖମାର ଗାଁ ପୋଖରୀରେ ମାଛ ମଡକ ଦେଖିବାକୁ ମିଳିଛି । ଗାଁ ପୋଖରୀ ପାଣିରେ ସ୍ଥାନୀୟ ରାଇସ ମିଲର ଦୂଷିତ ପାଣି ତଥା ତରଳ ବର୍ଜ୍ୟ ପଦାର୍ଥ ଛଡାଯିବା କାରଣକୁ କୁଢ କୁଢ ମାଛ ମରି ପଡିଥିବା ଦେଖିବାକୁ ମିଳିଛି । ଫଳରେ ପୋଖରୀ ପାଣି ବ୍ୟବହାରକୁ ନେଇ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

{"id":811921,"width":738,"height":332,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଲାମାଟି ପଂଚାୟତ ବୁଡିଖମାର ଗାଁ ପୋଖରୀରେ ଲୋମବାର କୁଢ କୁଢ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଏତେ ସଂଖ୍ୟାରେ ଛୋଟ ବଡ ମାଛ ମରି ପଡ଼ିଥିବା ଦେଖି ଗାଁରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ତେବେ ଗାଁ ଲୋକେ ଏହାର କାରଣ ଖୋଜିବା ପରେ ନିକଟରେ ଥିବା ରାଇସ ମିଲର ଦୂଷିତ ଜଳ ପୋଖରୀରେ ଛାଡୁଥିବା ଗାଁଲୋକେ ଦେଖିବାକୁ ପାଇଥିଲେ । ଫଳରେ ରାଇସ ମିଲ କର୍ତ୍ତୃପକ୍ଷଙ୍କ ବେଆଇନ କାର୍ଯ୍ୟକଳାପ ଯୋଗୁଁ କୁଢ କୁଢ ମାଛ ମରି ପଡିଥିବା ଦେଖିବାକୁ ମିଳିଛି ।

You Can Read :

wp:embed {"url":"https://www.prameyanews7.com/union-minister-dharmendra-pradhan-write-letters-to-naveen-patnaik-on-rengali-displaced/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-minister-dharmendra-pradhan-write-letters-to-naveen-patnaik-on-rengali-displaced/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.