ଇତିହାସ ରଚିଲେ କ୍ୟାପ୍ଟେନ ଶିବା ଚୌହାନ, ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ମୈଦାନରେ ମୁତୟନ ହେବାରେ ପ୍ରଥମ ମହିଳା
3/01/2023 at 8:27 PM

ନୂଆଦିଲ୍ଲୀ: ଆଜିର ସମୟରେ ମହିଳମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ ପଛରେ ନାହାନ୍ତି । ଦେଶର ସୁରକ୍ଷାରେ ମଧ୍ୟ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଏହାରି ମଧ୍ୟରେ କ୍ୟାପ୍ଟେନ ଶିବା ଚୌହାନ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ଫାୟାର ଆଣ୍ଡ ଫ୍ୟୁରି କୋର୍ପ୍ସ ଅଧିକାରୀ କ୍ୟାପ୍ଟେନ ଶିବା ଚୌହାନ ସିଆଚିନ୍ ଗ୍ଲାସିୟରର କୁମାର ପୋଷ୍ଟର ସବୁଠୁ ଉଚ୍ଚ ମୈଦାନରେ ପ୍ରକ୍ରିୟ ରୂପେ ନିୟୋଜିତ ହେବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି ।
'Breaking the Glass Ceiling'
— @firefurycorps_IA (@firefurycorps) January 3, 2023
Capt Shiva Chauhan of Fire and Fury Sappers became the first woman officer to be operationally deployed in Kumar Post, post completion of arduous training, at the highest battlefield of the world #Siachen.#SuraSoi@PMOIndia @DefenceMinIndia @adgpi pic.twitter.com/nQbmJxvLQ4
ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କର୍ପ୍ସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଫାୟାର ଆଣ୍ଡ ଫ୍ୟୁରି ସାପର୍ସର କ୍ୟାପ୍ଟେନ ଶିବା ଚୌହାନ ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର କୁମାର ପୋଷ୍ଟରେ ସକ୍ରୟ ରୂପେ ନିୟୋଜିତ ହେବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି । କୁମାର ପୋଷ୍ଟରେ ପୋଷ୍ଟିଂ ହେବା ପୂର୍ବରୁ ଶିବାଙ୍କୁ କଠିନ ପ୍ରଶୀକ୍ଷଣର ସାମନା କରିବାକୁ ପଡିଥିଲା ।
ସିଆଚିନ ଗ୍ଲାସିୟର ପୃଥିବୀର ସବୁଠୁ ଉଚ୍ଚ ଯୁଦ୍ଧ ମୈଦାନ । ୧୯୮୪ ମସିହାରୁ ଏଠାରେ ଭାରତ-ପାକିସ୍ତାନ ମଧ୍ୟରେ ସମୟ ସମୟରେ ବିବାଦ ହୋଇଥାଏ । ୨୦୨୧ ସେପ୍ଟେମ୍ୱରରେ ସିଆଚିନ ଗ୍ଲାସିୟରରେ ଦିବ୍ୟାଙ୍ଗମାନଙ୍କ ଆଠ ଜଣିଆ ଟିମ୍ ୧୫,୬୩୨ ଫୁଟ୍ ଉଚ୍ଚରେ ସ୍ଥିତ କୁମାର ପୋଷ୍ଟରେ ପହଞ୍ଚି ବିଶ୍ୱ ରେକର୍ଡ କରିଥିଲେ ।