ଦେଶର ପ୍ରଥମ ମତଦାତାଙ୍କ ମୃତ୍ୟ,୧୦୬ ବର୍ଷ ବୟସରେ ଶ୍ୟାମ ଶରଣ ନେଗୀଙ୍କ ପରଲୋକ

Published By : Prameya-News7 Bureau | November 05, 2022 IST

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ପ୍ରଥମ ମତଦାତାଙ୍କ ମୃତ୍ୟୁ ହୋଇଛି । ୧୦୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ହିମାଚଳ ପ୍ରଦେଶ କିନୌରର ଶ୍ୟାମ ଶରଣ ନେଗୀ । ନଭେମ୍ବର ୨ ତାରିଖରେ ନେଗୀ ବିଧାନସଭା ନିର୍ବାଚନ ପାଇଁ ପୋଷ୍ଟାଲ ବାଲଟରେ ଭୋଟ ଦେଇଥିଲେ ।

ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ଶ୍ୟାମ ଶରଣ ନେଗୀ ମତ ସାବ୍ୟସ୍ତ କରିଥିଲେ । ୧୯୫୧ ମସିହା ୨୫ ଅକ୍ଟୋବରରେ ପ୍ରଥମ ଥର ପାଇଁ ଭୋଟ୍ ଦେଇଥିଲେ । ଶନିବାର ସକାଳୁ ତାଙ୍କର ନିଧନ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନେଗୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।  

ଶ୍ୟାମ ଶରଣ ନେଗୀ ୧୯୧୭ ମସିହା ଜୁଲାଇ ମାସରେ ଜନ୍ମ ଗ୍ରହଣ କରିଥିଲେ । ସେ କନୌର ଜିଲ୍ଲାର କଳ୍ପାରେ ଶିକ୍ଷକତା କରୁଥିଲେ। ସେ ହିନ୍ଦୀ ଫିଲ୍ମ ‘ସନମ୍‌ରେ’ରେ ମଧ୍ୟ ସ୍ବତନ୍ତ୍ର ଭୂମିକାରେ ନଜରକୁ ଆସିଥିଲେ। ତାଙ୍କର ୧୦୬ ବର୍ଷ ବୟସରେ ପରଲୋକ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.