ଦେଶରେ ଉଦଭାବିତ ହୋଇଛି ନୂଆ ପ୍ରଜାତିର Pummelo, ଶରୀରରେ ସୃଷ୍ଟି କରିବ Corona ପ୍ରତିରୋଧକ କ୍ଷମତା

Published By : Prameya-News7 Bureau | March 06, 2020 IST

ପୁଷା :  ସାରା ବିଶ୍ୱକୁ ଏବେ ଆତଙ୍କିତ କରିଛି କରୋନା। ତେବେ ଏଥିରେ ପୁଷାର କୃଷି ବୈଜ୍ଞାନିକମାନେ ଆବିଷ୍କାର କରିଥିବା ନୂଆ ପ୍ରଜାତିର ଟଭା ଲୋକଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତ ସୃଷ୍ଟି କରିବାର ଆଶା କରାଯାଉଛି। ବିଶ୍ୱରେ ଟଭାର ଏହା ପ୍ରଥମ ପ୍ରଜାତି ଜାହାର ମଞ୍ଜି ନାହିଁ। ବେଶ ରଶାଳ ହୋଇଥିବା ବେଳେ ବିହାର ଓ ଉତ୍ତରପ୍ରଦେଶରେ ଲୋକେ ଏହାକୁ ଏବେ ବେଶ ପସନ୍ଦ କରୁଥିବାର ଦେଖାଯାଇଛି।

{"id":233789,"sizeSlug":"large"}
OLYMPUS DIGITAL CAMERA

ଏମିତିରେ ଟଭାର ସାଧାରଣ ଓଜନ ୧ କେଜିରୁ ୧୨ଶହ ଗ୍ରାମ ପର୍ଯ୍ୟନ୍ତ। ଏଣୁ ଲୋକେ ଏହାକୁ ବେଶି ପସନ୍ଦ କରୁନଥିଲେ। ହେଲେ ପୁଷାର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ଟଭା ଅତିବେଶି ହେଲେ ୩୫୦ରୁ ୫୦୦ ଗ୍ରାମ ମଧ୍ୟରେ ରହୁଛି। ଏଣୁ ଲୋକେ ପସନ୍ଦ କରିବା ସ୍ୱଭାବିକ। ଇଂରାଜୀରେ ପମେଲୋ କୁହାଯାଉଥିବା ଏହି ଫଳର ଓଜନ ପୂର୍ବରୁ ୧୨ଶହ ଗ୍ରାମ ସେପଟେ ରହୁଥିବା ବେଳେ ଏତେ ରଶାଳ ନଥିଲା। ଏହା ଛଡା ମଞ୍ଜି ଯୋଗୁ ଲୋକେ ଏହାକୁ ପସନ୍ଦ କରୁନଥିଲେ ବୋଲି ନୂଆ କିସମ ବିକଶିତ କରିଥିବା ବୈଜ୍ଞାନିକ ଡ. ଅନିଲ କୁମାର ଦୁବେ କହିଛନ୍ତି।

{"id":233790,"width":579,"height":380,"sizeSlug":"large"}

ତେବେ ଏହି ନୂଆ କିସମର ଫଳର ସବୁଠୁ ବଡ ବିଶେଷତା ହେଉଛି ଏହା ପାଚିଲେ ମଧ୍ୟ ଗଛରେ ଝୁଲି ରହିବ। ଚାଷୀ ଏହାକୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଥବା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଲଗାଯାଇପାରିବ। ଏହି ଗଛଗୁଡିକ ବେଶି ଉଚ୍ଚ ହେଉନଥିବାରୁ ଏହାର ସଘନ ଚାଷ ମଧ୍ୟ ସମ୍ଭବ। ଏହି ଫଳ ଲୋକଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବାରୁ ବେଶ୍ ସକ୍ଷମ।

{"id":233791,"width":582,"height":476,"sizeSlug":"large"}

ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ଭରି ରହିଥାଏ। ଏହା ଛଡା ଏଥିରେ ସାଇଟ୍ରିକ୍ ଏସିଡର ଉପସ୍ଥିତି ମଧ୍ୟ ମିଳିଛି। ଯାହା ଫଳର ସ୍ୱାଦ ଓ ଉପଯୋଗୀତା ବୃଦ୍ଧି କରିଥାଏ। ନିୟମିତ ଏହି ଫଳ ଖାଉଥିବା ଲୋକଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହୁଥିବାରୁ କରନା ଭାଇରସ ଓ ସେହିଭଳି ସଂକ୍ରାମକ ରୋଗ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ବୋଲିବୈଜ୍ଞାନିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.