Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ଟ୍ରେନ, ଈଶ୍ଵରଙ୍କୁ ପ୍ରଣାମ କଲେ ରେଳମନ୍ତ୍ରୀ, ଦେଖନ୍ତୁ Video

4/06/2023 at 11:24 PM

ବାଲେଶ୍ଵର: ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଶେଷରେ ଦୁର୍ଘଟଣାସ୍ଥଳରୁ  ଗଡ଼ିଲା ମାଲବାହୀ ଟ୍ରେନ। ଶୁକ୍ରବାର ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ରେଳ ମନ୍ତ୍ରୀ, ରେଲଓ୍ଵେ ଅଧିକାରୀ ଏବଂ କର୍ମଚାରୀଙ୍କ ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ରବିବାର ସନ୍ଧ୍ୟାରେ ଟ୍ରାକ ଲାଇନ କାମ ଶେଷ ହୋଇଥିଲା। ଏହା ପରେ ବାହାନଗା ଟ୍ରାକରେ ପ୍ରଥମ ଟ୍ରେନ ଗଡ଼ିଛି। ଏହି ସମୟରେ ରେଳ ମନ୍ତ୍ରୀ ଉପସ୍ଥିତ ଥିଲେ ଏବଂ ସେ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

ଦେଶରେ ଘଟିଥିବା ସବୁଠୁ ଭୟାନକ ରେଳ ଦୁର୍ଘଟଣା ମଧ୍ୟରୁ ଏକ କୁହାଯାଉଥିବା ବାହାନଗା ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ରେଳ ବିଭାଗର ଦେଢ଼ ହଜାର କର୍ମଚାରୀ ଟ୍ରାକ ନିର୍ମାଣ କାମରେ ନିୟୋଜିତ ଅଛନ୍ତି। ଦୀର୍ଘ ୫୧ ଘଣ୍ଟାର ମରାମତି କାମ ପରେ ଶେଷରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଟ୍ରେନ ଚାଲିଛି। ଅଶ୍ଵିନ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଟ୍ରାକ ଟ୍ରେନ ଚଳାଚଳ ପାଇଁ ଫିଟ୍ ହୋଇଛି।

ଟୁଇଟ୍ କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ଡାଉନ ଲାଇନର ମରାମତି କାମ ସଂପୂର୍ଣ୍ଣ ହୋଇଛି। ଏହି ସେକ୍ସନରେ ପ୍ରଥମ ଟ୍ରେନ ଗତି କରିଛି। ଏହା ପୂର୍ବରୁ ବୈଷ୍ଣବ ଟୁଇଟ୍ କରିଥିଲେ ଯେ, ମୁଖ୍ୟ ଲାଇନର ମରାମତି କାମ ସଂପୂର୍ଣ୍ଣ ହୋଇଛି ଏବଂ ବିଦ୍ୟୁତକରଣ କାମ ଆରମ୍ଭ ହୋଇ ଯାଇଛି।

ଟ୍ରାକର ମରାମତି ପାଇଁ ୭ରୁ ଅଧିକ ପୋକଲେନ ମେସିନ, ୨ ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ ଟ୍ରେନ ସହ ରୋଡ୍ କ୍ରେନ ନିୟୋଜିତ ଥିଲେ।। ଯେତେ ବଗି ଓଲଟିଥିଲା ସବୁ ଟ୍ରାକରୁ ହଟା ଯାଇଛି। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ରେଲଓ୍ଵେ ପୂର୍ବରୁ ସୂଚନା ଦିଆଯାଇଥିଲା।

ଏ ଖବର ପଢନ୍ତୁ- ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ଟ୍ୱିଟ୍‌, ଜାଣନ୍ତୁ ଲେଖିଛନ୍ତି କ’ଣ?

ଅନ୍ୟପଟେ ଓଡ଼ିଶାର ବାଲେଶ୍ଵରରେ ଘଟିଥିବା ଭୟାବହ ଦୁର୍ଘଟଣାକୁ ରାଜନୀତି ଜୋର ଧରିଛି। ବିରୋଧୀ ଦଳର ଅନେକ ନେତା ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ନିଶାଣ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଘେରିଛନ୍ତି। ରାହୁଲ ଟୁଇଟ୍ କରି ଲେଖିଛନ୍ତି ୨୭୦ରୁ ଅଧିକ ମୃତ୍ୟୁ ପରେ ବି କେହି ଉତ୍ତରଦାୟୀ ନାହାନ୍ତି। ମୋଦୀ ସରକାର ଏମିତି ହୃଦୟ ବିଦାରକ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟରୁ ବର୍ତ୍ତି ପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ରେଳ ମନ୍ତ୍ରୀଙ୍କଠୁ ଇସ୍ତଫା ନେବା ଉଚିତ୍।ଏନସିପି ମୁଖ୍ୟ ଶରଦ ପାଓ୍ଵାର ମଧ୍ୟ ଅଶ୍ଵିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ପୂର୍ବତନ ରେଳ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସିବିଆଇ ତଦନ୍ତ ସୁପାରିସ୍

ବାଲେଶ୍ଵରର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ତଦନ୍ତ ସୁପାରିସ କରାଯାଇଛି। ରବିବାର ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଲଓ୍ଵେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ୍ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ଏହାର ତଦନ୍ତ ହେବ। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

ଏ ଖବର ପଢନ୍ତୁ- କରମଣ୍ଡଳ ୧୨୮ କିମି ତ ଯଶବନ୍ତପୁର ଏକ୍ସପ୍ରେସ୍‌ର ସ୍ପିଡ୍ ଥିଲା ଘଣ୍ଟା ପ୍ରତି ୧୨୬ କିମି, କେମିତି ହେଲା ଦୁର୍ଘଟଣା; ରେଲଓ୍ଵେ ଦେଲା ବିସ୍ତୃତ ତଥ୍ୟ

ରେଳ ମନ୍ତ୍ରୀ କହିଛନ୍ତି, ସବୁ କିଛି ଦୃଷ୍ଟିରେ ରଖି ଏ ପର୍ଯ୍ୟନ୍ତ ଯାହା କିଛି ପ୍ରଶାସନିକ ସୂଚନା ମିଳିଛି ସେହି ଆଧାରରେ ଆଗାମୀ ତଦନ୍ତ ପାଇଁ ରେଲଓ୍ଵେ ବୋର୍ଡ ସିବିଆଇ ତଦନ୍ତ ସୁପାରିସ କରିଛି। ଦୁର୍ଘଟଣା ପରେ ବାଲେଶ୍ଵର, ସୋର, ଭଦ୍ରକର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସାଥୀଙ୍କ ସହ ମିଶି ତୁରନ୍ତ ରେସ୍କ୍ୟୁ କାମ ଆରମ୍ଭ ହୋଇଥିଲା। ରେସ୍କ୍ୟୁ ସରିବା ସହିତ ମରାମତି କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଯେଉଁ ଗତିରେ କାମ ଚାଲିଛି ଦୁଇଟି ମେନ ଲାଇନର କାମ ସରିଛି। ଉପରେ ବିଜୁଳୀକରଣ କାମ ଜାରି ରହିଛି। ମୃତକ ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରାଯାଉଛି । ବାଲେଶ୍ବର, ସୋର, ଭଦ୍ରକ ଓ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମେଡିକାଲ ଟିମଙ୍କ ସହିତ ରେଳ ବିଭାଗ ଯୋଗାଯୋଗରେ ରହିଛି ।

   Related Posts