Trap କ୍ୟାମେରାରେ ଶିକାରୀଙ୍କ ଫଟୋ, ବନବିଭାଗରେ ହଟଚମଟ, ୨ଗିରଫ

Published By : Prameya-News7 Bureau | February 15, 2020 IST

ଜୟପୁର ୧୫।୨:  ରାଜସ୍ଥାନର ସାର ରଣଥମ୍ବୋର ଜଙ୍ଗଲରେ ବାଘଙ୍କ ବିଚରଣ ଉପରେ ନଜର ରଖିବାକୁ ଲଗା ଯାଇଥିବା ଟ୍ରାପ୍ କ୍ୟାମେରାରେ ଅସ୍ତ୍ରଶସ୍ତ୍ର ସହ ଶିକାରୀଙ୍କୁ ଦେଖାଯିବା ଏବେ ଆଲୋଡନ ସୃଷ୍ଟି କରିଛି। ଏଥିରେ ଶିକାରୀମାନେ ଏକ ହରିଣକୁ ମାରି ନେଇ ଯାଉଥିବାର ଦେଖାଯାଇଛି। ଫଟୋ ଦେଖାଯିବା ପରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇଥିବା ବେଳେ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ କେନ୍ଦ୍ର ବନ ଓ ପରିବେଶ ମନ୍ତ୍ରାଳୟ ମାମଲାର ରିପୋର୍ଟ ତଲବ କରିଛନ୍ତି।

{"id":225008,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଟ୍ରାପ୍ କ୍ୟାମେରାରେ ଫଟୋ ଦେଖିବା ପରେ ବନ ବିଭାଗ କର୍ମଚାରୀ ୫ ଜଣ ସ୍ଥାନୀୟ ଲୋକଙ୍କୁ ଚିହ୍ନଟ କରିଛନ୍ତି। ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯିବା ବେଳେ ଗ୍ରାମବାସୀ ବନବିଭାଗ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୬ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।  ତେବେ ଏଥିରେ ବନ କର୍ମଚାରୀମାନେ ଅସରାର ଓ ସୁନେଫ ନାମରେ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଥିବା ବେଳେ ବାକି ଲୋକେ ଖୁବ୍ ଶୀଘ୍ର ପୋଲିସ ଦ୍ୱାରା ଗିରଫ ହେବେ ବୋଲି ବନ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

{"id":225011,"width":579,"height":385,"sizeSlug":"large"}

ରାଜସ୍ଥାନର ସାରଣ ରଣଥମ୍ବୋର ଜଙ୍ଗଲରୁ ଗତ ୯ ବର୍ଷରେ ୨୬ଟି ବାଘ ନିଖୋଜ ହୋଇଛନ୍ତି। ଏହି ବାଘମାନଙ୍କ ଉପରେ ନଜର ରଖିବା ଲାଗି ଟ୍ରାପ କ୍ୟାମେରା ଲଗାଯାଇଥିବା ବେଳେ ପ୍ରଥମ ଥର ଶିକାରୀ ଧରାପଡିଛନ୍ତି। ଗିରଫ ଶିକାରୀଙ୍କ ଠାରୁ ନିଖୋଜ ବାଘଙ୍ଗ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ତେବେ ଜଙ୍ଗଲରେ ବାଘ ଶିକାର ହେଉଥିବାର ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲାରେ ମୁଖ୍ୟ ବନ ସଂରକ୍ଷକଙ୍କୁ ମନ୍ତ୍ରାଳୟ ରିପୋର୍ଟ ତଲବ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.