ସଂସଦକୁ ପ୍ରଥମଥର ପାଇଁ ସଦସ୍ୟ ପଠାଇଲେ ଅନଲାଇନ୍ ପ୍ରଶ୍ନ, ୬୨% କାମ ହେଲା ଡିଜିଟାଲ
10/09/2020 at 5:38 PM

ନୂଆଦିଲ୍ଲୀ ୧୦/୦୯: କରୋନା ସଙ୍କଟ କାଳରେ ମୌସୁମୀ ଅଧିବେଶନ ଆାରମ୍ଭ ହେବ। ଏହାକୁ ନେଇ ନିତିଦିନ ନୂଆ ନୂଆ ଗାଇଡଲାଇନ୍ ଜାରି କରାଯାଉଛି। ସଂକ୍ରମଣ ଯୋଗୁ ପରିସରରେ ବହୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଜି କହିଛନ୍ତି ଯେ ଆାମେ ଅନ୍ତତଃ ୧୦୦ ପ୍ରତିଶତ ଡିଜିଟାଲ ହୋଇଯିବୁ। ସଂସଦ ଇତିହାସରେ ପ୍ରଥମଥର ପାଇଁ ସବୁ ସଦସ୍ୟ ଅନଲାଇନ ମାଧ୍ୟମରେ ପ୍ରଶ୍ନ ପଠାଇଛନ୍ତି। ପ୍ରାୟ ୬୨ ପ୍ରତିଶତ କାମକୁ ଡିଜିଟାଲ କରି ଦିଆଯାଇଛି। ଲୋକସଭା ସ୍ପିକର କହିଛନ୍ତି ସବୁ ସଦସ୍ୟଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ। ସାଂସଦଙ୍କ ଉପସ୍ଥିତି ଗୋଟିଏ ମୋବାଇଲ ଆପ୍ ମାଧ୍ୟମରେ କରାଯିବ। ତେବେ ଅଧିବେଶନ ସେପ୍ଟେମ୍ବର ୧୪ରେ ଆାରମ୍ଭ ହେବ। ମହାମାରୀ ମଧ୍ୟରେ ଏହି ଅଧିବେଶନ ଚାଲେଞ୍ଜପୂଣ୍ର୍ଣ ହେବ। ତେବେ ମୌସୁମୀ ଅଧିବେଶନ ପୂର୍ବରୁ ଗତକାଲି ରାଜ୍ୟସଭା ସଭାପତି ଏମ.ଭେଙ୍କେୟା ନାଇଡୁ ଓ କର୍ମଚାରୀ ସଦନ ସଂଳାନର ରିହର୍ସଲ କରିଥିଲେ। ସୂଚନାଯୋଗ୍ୟ ସେପ୍ଟେମ୍ବର ୧୪ରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ତିନି ଲେବର କୋଡ୍ ବିଲ ରଖାଯିବ।