ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଅଳଙ୍କାର ପ୍ରଦର୍ଶନୀ

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର୨୮/୨: ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ବ୍ୟବସାୟରୁ ବ୍ୟବସାୟ ଅଳଙ୍କାର ପ୍ରଦର୍ଶନୀ । ଯେଉଁଥିରେ ଯୋଗଦେବେ ଦେଶର ବିଭିନ୍ନ ରାଜ୍ୟରୁ ୫୦ରୁ ଉର୍ଧ ଅଳଙ୍କାର ନିର୍ମାତା ଓ ଡିଜାଇନର, ପାଇକାରୀ କ୍ରେତା ଓ ପାଇକାରି ବ୍ୟବସାୟୀ ।  ଓଡିଶା ଜୁଏଲାରୀ ଆସୋସିଏସନ ସହଯୋଗରେ କେଏସି ସର୍ଭିସ ଦ୍ବାରା ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ଏହାଦ୍ବାରା ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଶୈଳିର ଗହଣା ସବୁ କିଣିବାର ସୁଯୋଗ ପାଇପାରିବେ ଅନ୍ୟ ରାଜ୍ୟର ଗହଣା ବ୍ୟବସାୟୀ ମାନେ । ଯାହାଦ୍ବାରା ଗହଣା ପ୍ରେମି ମାନେ ମଧ୍ୟ ଏହାକୁ ପରବର୍ତି ସମୟରେ ପାଇପାରିବେ ସୋରୁମରେ । ଏପ୍ରିଲ ମାସ ୮ ଓ୯ ତାରିଖ ଦୁଇଦିନ ଧରି ମେଫେୟାର କନଭେନଶନ ହଲଠାରେ ଅନୁଷ୍ଠିତ ହେବ ପ୍ରଦର୍ଶନି । ତେବେ ଏଭଳି ଏକ ପ୍ରଦର୍ଶନି ଗହଣା ବ୍ୟବସାୟି ମାନଙ୍କୁ ବ୍ୟବସାୟ ବଢାଇବାର ଏକ ସୁଯୋଗ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.