#Brahmastra overseas: ପ୍ରଥମ ଥର ଅଷ୍ଟ୍ରେଲିଆର ସ୍କ୍ରିନ୍ କାଉଣ୍ଟ ଶୀର୍ଷରେ ଅଛି ବ୍ରହ୍ମାସ୍ତ୍ର
8/09/2022 at 8:21 AM

ମୁମ୍ଵାଇ ୦୮।୦୯: ଚଳିତବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ଆଉ ଦିନକ ପରେ ସିନେମାଘରେ ରିଲିଜ୍ ହେବ। ଏହି ଚଳଚ୍ଚିତ୍ରର କ୍ରେଜ୍ କେବଳ ଭାରତରେ ନୁହେଁ । ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ। ପ୍ରଶଂସକଙ୍କ କ୍ରେଜ୍ ସୋସିଆଲ୍ ପ୍ଲାଟଫର୍ମରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। କହିବାକୁ ଗଲେ ଉଦଘାଟନୀ ଦିନରେ ବ୍ରହ୍ମାସ୍ତ୍ର ପାଇଁ୨ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ହୋଇସାରିଛି। ସବୁଠାରୁ ବଡ କଥା ସର୍ବାଧିକ ଆଡଭାନ୍ସ ବୁକିଂ କରିଥିବା ଏହା ଦ୍ଵିତୀୟ ଚଳଚ୍ଚିତ୍ର ହୋଇପାରିଛି। ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ସବୁଠୁ ବଡ ସ୍ତରରେ ଏହା ରିଲିଜ୍ ହେବାକୁ ପ୍ରସ୍ତୁତ ଅଛି ।
'BRAHMĀSTRA' GOES ALL OUT IN AUSTRALIA… #Brahmāstra will have the widest release ever in #Australia… Over 300 screens [all languages]… Besides #Hoyts, #Event and #Village chains, #Brahmāstra will also open at art house chain #PalaceCinemas, the first for an #Indian film.
— taran adarsh (@taran_adarsh) September 7, 2022
ବିଦେଶରେ # ବ୍ରହ୍ମାସ୍ତ୍ରକୁ ନେଇ ବହୁତ କ୍ରେଜ୍ ଅଛି । ଟ୍ଵିଟରରେ # ବ୍ରହ୍ମାସ୍ତ୍ରୟୁଏସ୍ଏ ନାମରେ ଏକ ଫ୍ୟାନ୍ ପେଜ୍ରେ ଆଡଭାନ୍ସ ବୁକିଂ ଅପଡେଟ୍ ହେଉଛି । ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଫିଲ୍ମର କ୍ରେଜକୁ ଦୃଷ୍ଟିରେ ରଖି ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ସ୍କ୍ରିନ କାଉଣ୍ଟର ବିଷୟରେ ସୂଚନା ଦେଇଛନ୍ତି। ଟ୍ଵିଟରରେ ସେୟାର କରି ଲେଖିଛନ୍ତି କି # ବ୍ରହ୍ମାସ୍ତ୍ର ଅଷ୍ଟ୍ରେଲିଆରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ … ଏବଂ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସବୁଠୁ ଅଧିକ ସ୍କ୍ରିନ୍ ରିଲିଜ୍ ହେବ । ସମସ୍ତ ଭାଷା ସହ ୩୦୦ ରୁ ଅଧିକ ପରଦା ଆସିବ । ପ୍ରଥମ ଥର ପାଇଁ ଆର୍ଟ ଆଉସ୍ ଚେନ୍ ପ୍ୟାଲେସ୍ ସିନେମାରେ ଏକ ଭାରତୀୟ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ଯାହା ଦ୍ଵାରା ଏହା ବଲିଉଡ୍ର ପ୍ରଥମ ଫିଲ୍ମ ହୋଇପାରିଛି। ଯାହାକୁ ଏତେ ବଡ ସ୍ତରରେ ରିଲିଜ୍ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି କୁହାଯାଉଛି କି ଏହି ଫିଲ୍ମ ପ୍ରଥମ ଦିନରେ ୪୦କୋଟି ଟଙ୍କାର ବିଶ୍ଵବ୍ୟାପୀ ବ୍ୟବସାୟ କରିବ। ୫୦କୋଟି ମଧ୍ୟ ଅତିକ୍ରମ କରିପାରେ । କିନ୍ତୁ ଚଳଚ୍ଚିତ୍ରଟି ସଫଳ ହେବା ପାଇଁ ଭଲ ଶବ୍ଦ ଏବଂ ଦର୍ଶକଙ୍କୁ ପସନ୍ଦ ଆସିବା ଦରକାର । ଯଦି ଫିଲ୍ମଟି ୫୦ କୋଟି ହୋଇଯିବ ।ତେବେ ପାଣ୍ଡେମିକ୍ ପରେ ଏହା ସବୁଠୁ ବଡ ଓପନିଂ ହେବ।