ବିଶ୍ୱରେ ପ୍ରଥମଥର ପାଇଁ କୋର୍ଟରେ କେସ୍ ଲଢ଼ିବ ରୋବର୍ଟ
8/01/2023 at 11:00 AM

ୱାସିଂଟନ 08/01 : କୋର୍ଟରେ କେସ୍ ଲଢ଼ିବା ପାଇଁ ଓକିଲଙ୍କୁ ନିଯୁକ୍ତ କରାଯାଇଥାଏ। କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ଏହା ଅତି ମହଙ୍ଗା ବ୍ୟାପାର। ତଣୁ ଏଣିକି ଜଣେ ରୋବଟ ଓକିଲ କୋର୍ଟରେ କେସ୍ ଲଢ଼ିପାରିବ ଯାହା କମ୍ ବ୍ୟୟସାପେକ୍ଷ ହେବ। ଏକଥା ଶୁଣି ଆପଣଙ୍କର ବିଶ୍ୱାସ ହେଉ ନଥିବ। ଭାବୁଥିବେ ଏମିତି କେମିତି। କିନ୍ତୁ ଏମିତି ବାସ୍ତବ ଜୀବନରେ ଘଟିବାକୁ ଯାଉଛି। ଆସନ୍ତା ମାସରେ ଆମେରିକାରେ ରୋବର୍ଟ ଏକ ମାମଲା ଉପସ୍ଥାପନା କରୁଥିବା ଦେଖିବାକୁ ମିଳିବ। ‘ଡୁନଟ୍ପେ’ ନାମକ କମ୍ପାନି ଏଭଳି ଏକ ଆପ୍ ପ୍ରସ୍ତୁତ କରିଛି ଯାହା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ କୋର୍ଟରେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିପାରିବ।
Here it is! The first ever Comcast bill negotiated 100% with A.I and LLMs.
— Joshua Browder (@jbrowder1) December 12, 2022
Our @DoNotPay ChatGPT bot talks to Comcast Chat to save one of our engineers $120 a year on their Internet bill.
Will be publicly available soon and work on online forms, chat and email. pic.twitter.com/eehdQ5OXrl
କୃତ୍ରିମ ବୁଦ୍ଧିମତାସମ୍ପନ୍ନ ଏହି ରୋବୋ ଏକ ସ୍ମାର୍ଟଫୋନ୍ରେ ଚାଲିବ । କୋର୍ଟର ଶୁଣାଣି ପରେ ଇୟର୍ପିସ୍ ମାଧ୍ୟମରେ କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ। ଆସନ୍ତା ଫେବ୍ରୁଆରିରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ। କୃତ୍ରିମ ବୁଦ୍ଧିମତାସମ୍ପନ୍ନ ରୋବୋ ବିକଶିତ କରିଥିବା ଡୁନଟ୍ପେ କୋର୍ଟ ଏବଂ ମୁଦାଲାଙ୍କ ନାଁ ବିଷୟରେ ଖୁଲାସା କରିନାହିଁ । ୨୦୧୫ ମସିହାରେ କାଲିଫର୍ଣ୍ଣିଆଠାରେ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବୈଜ୍ଞାନିକ ଜୋଶୁଆ ବ୍ରାଉଡର୍ ଡୁନଟ୍ପେ କମ୍ପାନି ପ୍ରତିଷ୍ଠା କରିଥିଲେ । ମୁଦାଲାଙ୍କୁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ଓକିଲଙ୍କୁ ସ୍ଥାନଚ୍ୟୁତ କରୁ ବୋଲି ସେ ଚାହାନ୍ତି । କମ୍ପାନି ଦାବି କରିଛି ଯେ, ଡୁନଟ୍ପେ ଆପ୍ ହେଉଛି ବିଶ୍ୱର ପ୍ରଥମ ରୋବୋ ଓକିଲର ପେଣ୍ଠସ୍ଥଳୀ । ବଟନ ଦବାଇବା ମାତ୍ରେ ଏହା ଯେକୌଣସି କର୍ପୋରେସନ, ଅମଲା ବା ସରକାରଙ୍କ ବିରୋଧରେ ଲଢ଼ିପାରିବ ଓ ଯେକୌଣସି ଦୋଷୀଙ୍କୁ ଦୋଷୀ ବୋଲି ପ୍ରମାଣ କରିଦେଇପାରିବାର ସକ୍ଷମ ରଖିଛି।