୩୧ ବର୍ଷ ପରେ ଟିମ୍ ଇଣ୍ଡିଆର ସବୁଠୁ ବଡ଼ ପରାଜୟ, ଓ୍ବାନଡେ ସିରିଜ୍‌ରେ ଖାତା ଖୋଲି ପାରିଲା ନାହିଁ

Published By : Prameya-News7 Bureau | February 11, 2020 IST

ମାଉଣ୍ଟ ମାଉଙ୍ଗାନୁଇ୧୧/୨: ଦୀର୍ଘ ୩୧ ବର୍ଷ ପରେ ଭାରତକୁ ୦-୩ ହରାଇ ସିରିଜ୍‌ କବଜା କଲା ନ୍ୟୁଜିଲାଣ୍ଡ। ମଙ୍ଗଳବାରରେ ଖେଳା ଯାଉଥିବା ସିରିଜ୍‌ର ଅନ୍ତିମ ମ୍ୟାଚରେ ନ୍ୟୁଜଲାଣ୍ଡ ୦-୩ରେ ଭାରତକୁ ହରାଇ ରେକର୍ଡ ସୃଷ୍ଟି କରିଛି। ଦୀର୍ଘ ୩୧ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ୍ ଏଭଳି ଶୋଚନୀୟ ପରିସ୍ଥିତି ସାମ୍ନା କରିଛି। ୧୯୮୯ ମସିହା ପରଠାରୁ ଭାରତୀୟ ଟିମ୍ ଏଭଳି ସ୍ଥିତି ସାମ୍ନା କରି ନାହାନ୍ତି। ଶେଷଥର ପାଇଁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୦-୩ରେ ସିରିିଜ ହାରିଥିଲା।

୧୯୮୩/୮୪ ମସିହାରେ ସିରିଜ୍ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩ଟି ମ୍ୟାଚ ଖେଳି ଥିଲା। ଏହି ୩ଟି ମ୍ୟାଚ୍‌ରେ ଭାରତ ଶୋଚନୀୟ ପରାସ୍ତ କରିଥିଲା। ସେହିପରି ୧୯୮୮/୮୯ ମସିହାରେ ଖେଳା ଯାଇଥିବା ସିରିଜ୍‌ ମ୍ୟାଚ୍‌ରେ ଭାରତକୁ ଚକମା ଦେଇ ୫ଟି ମ୍ୟାଚ୍ ବିଜୟ କରି ସିରିଜ୍ କବଜା କରିଥିଲା ଓ୍ବେଷ୍ଟଇଣ୍ଡିଜ। ପୁଣିଥରେ ୨୦୧୯/୨୦ ମସିହାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତକୁ ସମାନ ସ୍ଥିତି ଦେଖିବାକୁ ମିଳିଛି।

ଯଦି ଭାରତ କଥା କହିବା ତେବେ ୧୯୮୩/୮୪ ମସିହାରେ ଖେଳାଯାଇଥିବା ୫ ଟିକିଆ ସିରିଜ ମ୍ୟାଚ୍‌ ଭାରତ ୦-୫ ରେ ବିଜୟ ହାସଲ କରିଥିଲା। ୧୯୮୮-୮୯ ମସିହାରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳା ଯାଇଥିବା ୫ ଟିକିଆ ସିରିଜ ମ୍ୟାଚ୍‌ରେ ଭାରତ ୦-୫ରେ କ୍ଳିନ୍ ସୁଇପ କରି ସିରିଜ କବଜ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.